Latest Odisha News

BREAKING NEWS

ରାଜ୍ୟରେ ଆଜିବି ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: କରୋନା ଆଁ ରେ ସାରା ବିଶ୍ୱ । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୧ ଲକ୍ଷ ଟପିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୨୫୦୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୭୩୯ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି ।

 ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୩୦ ଜିଲ୍ଲାରୁ ଏହି ସମସ୍ତ ଆକ୍ରାନ୍ତ ବାହାରିଥିବା ବେଳେ ପାଖାପାଖି ୪୧୨୧ ଜଣ ସୁସ୍ଥ ହୋଇଛନ୍ତି । ଓଡିଶାରେ ମୋଟ୍ ୩୬୫୮୦ ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୨୯୮୫୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.