Latest Odisha News

BREAKING NEWS

ଦେଶରେ ୫୧ ଲକ୍ଷ ଟପିଲା କରୋନା ମାମଲା; ୧୦ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।

ଗତ ୨୪ ଘଣ୍ଟାରେ ଦେଶରେ ୧୧୩୨ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହା ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୮୩ ହଜାର ୧୯୮ ରେ ପହଞ୍ଚିଛି।

ଏହାସହ ଗତ ୨୪ ଘଣ୍ଟାରେ ୯୭,୮୯୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୫୧,୧୮,୨୫୪ ରେ ପହଞ୍ଚିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୧୦,୦୮,୯୭୬ ଟି ସକ୍ରିୟ ମାମଲା ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୪୦,୨୫,୦୮୦ ଛୁଇଁଛି ।

ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଓଡିଶା ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.