Latest Odisha News

BREAKING NEWS

୨୦୨୧ରେ ଆରମ୍ଭରେ ଆସୁଛି କରୋନା ଟୀକା!!

ବେଜିଂ: ଚାଇନା ର ଅଗ୍ରଣୀ କମ୍ପାନୀ  ସିନୋଭ୍ୟାକ୍ ୨୦୨୧ ମସିହା ଆରମ୍ଭରେ ଆମେରିକା ସମେତ ପୁରା ବିଶ୍ୱ ପାଇଁ  ଟିକା ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛି ।

ଆମେରିକାରେ କରୋନାଭ୍ୟାକ୍ ବିକ୍ରୟ ପାଇଁ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନର ଅନୁମୋଦନ ଲୋଡୁଥିବା ସିନୋଭ୍ୟାକ୍ ସିଇଓ ୟିନ ୱିଡୋଙ୍ଗ କହିଛନ୍ତି । ଏହି ଟିକା ବର୍ତ୍ତମାନ ମାନବ ପରୀକ୍ଷଣର ତୃତୀୟ ତଥା ଅନ୍ତିମ ରାଉଣ୍ଡରେ ଅଛି ।

ୟିନ ବିଶ୍ୱାସ କରନ୍ତି ଯେ ଏହି ଟିକାକୁ ଆମେରିକା, ୟୁରୋପୀୟ ୟୁନିଅନ, ଜାପାନ ଏବଂ ଅଷ୍ଟ୍ରେଲିଆରେ ଅନୁମୋଦନ ନେଇ ବିକ୍ରି କରାଯାଇପାରିବ ।

ବ୍ରାଜିଲ, ତୁର୍କୀ ଏବଂ ଇଣ୍ଡୋନେସିଆର ୨୪୦୦୦ ରୁ ଅଧିକ ଲୋକ ଏହି ଟିକା କ୍ଲିନିକାଲ ପରୀକ୍ଷଣରେ ଭାଗ ନେଇଛନ୍ତି। ଏହା ମଧ୍ୟ ଏହି ଦେଶର ପିଲାମାନଙ୍କ ଉପରେ କରୋନାଭ୍ୟାକ୍ ର ଛୋଟ ମାତ୍ରା ପରୀକ୍ଷା କରୁଛି ।

ବେଜିଂରେ ନୂତନ ଭାବେ ନିର୍ମିତ ସିନୋଭ୍ୟାକ୍ସ ପ୍ଲାଣ୍ଟ ବର୍ଷକୁ ଅଢେଇ ଲକ୍ଷ ଟିକା ଉତ୍ପାଦନ କରିବ ।

ଯଦିଓ ଏହି ଟିକା ତୃତୀୟ ପର୍ଯ୍ୟାୟ ମାନକ ପାର କରିନାହିଁ, ଚୀନ୍‌ର ହଜାର ହଜାର ଲୋକଙ୍କୁ ଜରୁରୀକାଳୀନ ବ୍ୟବହାର ବ୍ୟବସ୍ଥାରେ ଏହି ଟିକା ଦିଆଯାଇଛି। ସିନୋଭ୍ୟାକ୍ସର ପ୍ରାୟ ୯୦ ପ୍ରତିଶତ କର୍ମଚାରୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.