Latest Odisha News

BREAKING NEWS

‘ଅନ୍ତ୍ରିକ୍ ସୁରକ୍ଷା ସେବା’ ପଦକ ପାଇବେ ୧୭୦୯ ପୋଲିସ ଅଧିକାରୀ

ଭୁବନେଶ୍ୱର: ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ମଧ୍ୟରୁ ପ୍ରାୟ ୧୭୦୯ ଜଣଙ୍କୁ ମିଳିବ ଅନ୍ତ୍ରିକ୍ ସୁରକ୍ଷା ସେବା ପଦକ ।

ପ୍ରାପ୍ତ ସୂଚନାନୁଯାୟୀ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାରେ ପଦକ ପ୍ରଦାନ କ୍ଷମତା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଛି ।

ଆହୁରି ମଧ୍ୟ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀମାନେ କନ୍ସଲ ପ୍ରଭାବିତ ଅଞ୍ଚଳରେ ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ୨ ବର୍ଷରୁ ଅଧିକ ସମୟ କାର୍ଯ୍ୟ ସମ୍ପାଦନ କରିଥାନ୍ତି, ସେମାନେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମାନ ସୂଚକ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି।

୧୭୦୯ ପୋଲିସ ଅଧିକାରୀଙ୍କ ମଧ୍ୟରେ ୧୨ ଜଣ ଆଇପିଏସ୍ ଅଫିସରଙ୍କ ନାମ ସ୍ଥାନ ପାଇଛି । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ପୋଲିସ ଅଧିକାରୀ ପାଇବେ ଏହି ପଦକ ।

Leave A Reply

Your email address will not be published.