Latest Odisha News

BREAKING NEWS

୪ ରାଜ୍ୟରେ କରୋନା ଟିକାକରଣର ମକ୍ ଡ୍ରିଲ୍

ନୂଆଦିଲ୍ଲୀ:କରୋନା ଟିକା ଆସିବା ପରେ କେମିତି ସାରା ଦେଶରେ ଲୋକଙ୍କୁ ଏହି ଟିକା ଦିଆଯିବ, ତାର ପୂର୍ବାଭ୍ୟାସ ୪ଟି ରାଜ୍ୟରେ କରା ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଆସାମ, ଆନ୍ଧ୍ରପ୍ରଦେଶ, ପଂଜାବ ଓ ଗୁଜରାଟରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଏହି ଟିକାକରଣର ପୂର୍ବାଭ୍ୟାସ କରାଯାଇଛି ।
ଟିକାକରଣର ପ୍ରାଥମିକତା ତାଲିକାରେ ଥିବା ବ୍ୟକ୍ତି ଯଥା-ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ୱାର୍କର୍ସ ଓ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ କିଭଳି କୋଭିଡ-୧୯ ଟିକା ଦିଆଯିବ, ତାର ମକ୍ ଡ୍ରିଲ୍ କରାଯାଇଛି ।
ଟିକା ପ୍ରଦାନର ରୂପରେଖ ପ୍ରସ୍ତୁତି, ଟିକାକରଣ କେନ୍ଦ୍ର ସ୍ଥାପନ, ଉକ୍ଟ-ଡସଦ୍ଭ ଆପ୍‌୍‌ର ବ୍ୟବହାର, ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ଅପଲୋଡ୍‌, ଟିକା ଗ୍ରହଣ, ପ୍ରତି ଜିଲ୍ଲାକୁ ଟିକା ଯୋଗାଣ, ଟିକା ପ୍ରଦାନର ସମୟ ନିର୍ଧାରଣ, ଟିକାକରଣ ଟିମ୍ ମୁତୟନ, ପ୍ରତି କେନ୍ଦ୍ରକୁ ଆନୁଷଙ୍ଗିକ ସାମଗ୍ରୀ ପ୍ରେରଣ, ଟିକାକରଣର ମକ୍ ଡ୍ରିଲ୍ ଆୟୋଜନ, ରିପୋର୍ଟିଂ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଏହାର ସମୀକ୍ଷା ଆଦି ଥିଲା ଏହି ମକ୍ ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ । ଏହାର ଆଉ ଏକ ଲକ୍ଷ୍ୟ ଥିଲା କରୋନା ଟିକାକରଣ ପାଇଁ ପ୍ରସ୍ତୁତ ହୋଇଥିବା ଉକ୍ଟ-ଡସଦ୍ଭ ଆପ୍‌୍‌ର କାର୍ଯ୍ୟକାରିତା ପରଖିବା ।

ଡମି ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି, ଟିକାକରଣର ସ୍ଥାନ ନିରୂପଣ, ହିତାଧିକାରୀଙ୍କୁ ଟିକାକରଣ ସ୍ଥାନକୁ ଆଣିବା, ଟିକା ବଣ୍ଟନ, ଟିକା ପ୍ରଦାନ କରୁଥିବା ସ୍ୱତନ୍ତ୍ର ଟିମ୍‌୍ ଓ ଟିକାର ହିତାଧିକାରୀଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ ଆଦି ବିଷୟ ଏହି ମକ୍ ଡ୍ରିଲରେ ଗୁରୁତ୍ୱ ଦିଆଯାଇଥିଲା ।

କରୋନା ଟିକାକରଣର ଏହି ମକ୍ ଡ୍ରିଲରେ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଓ ବ୍ଲକ ସ୍ତରୀୟ ଟାସ୍କଫୋର୍ସର ପ୍ରମୁଖ ଭୂମିକା ଥିଲା । ଜିଲ୍ଲାପ୍ରଶାସନ ଦ୍ୱାରା ଗଠନ କରା ଯାଇଥିଲା ସ୍ୱତନ୍ତ୍ର ଟିମ୍ ।
ଗତକାଲି ପ୍ରଥମ ଦିନର ଅଭିଜ୍ଞତାକୁ ନେଇ ଆଜି ସଂପୃକ୍ତ ରାଜ୍ୟଗୁଡିକ ସହିତ ଆଲୋଚନା କରି ମକ୍ ଡ୍ରିଲର ସମୀକ୍ଷା କରିଥିଲେ କେନ୍ଦ୍ର ଜନସ୍ୱାସ୍ଥ୍‌୍ୟ ବିଭାଗର ଯୁଗ୍ମ ସଚିବ । କରୋନା ଟିକାକରଣରେ କାର୍ଯ୍ୟକାରିତା ଓ ସ୍ୱଚ୍ଛତାରେ ଆଇଟି ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗକୁ ନେଇ ରାଜ୍ୟଗୁଡିକ ସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହିତ ଉକ୍ଟ-ଡସଦ୍ଭ ପ୍ଲାଟଫର୍ମର ଅଧିକ ଉପଯୋଗକୁ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡିକ ପ୍ରସ୍ତାବ ଦେଇଛନ୍ତି ।
ପ୍ରକୃତ କରୋନା ଟିକାକରଣ ପୂର୍ବରୁ ଏହି ମକ୍‌୍ ଡ୍ରିଲର ଫିଡବ୍ୟାକ ନେଇ ପୁରା ପ୍ରକ୍ରିୟାକୁ ଆହୁରି ଉନ୍ନତ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.