Latest Odisha News

୨୦ ତଳକୁ ଖସିଲା ଭୁବନେଶ୍ୱରର ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ୮ ଲୋକାଲ୍ ମାମଲା ରହିଛି।

ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରେ ପଳାଶୁଣି, ବମିଖୋଲ, ସହିଦ ନଗର, ବ୍ରହ୍ମେଶ୍ବରପାଟଣା, ୟୁନିଟ୍ ୮, ଚନ୍ଦ୍ରଶେଖରପୁର, କଳିଙ୍ଗ ବିହାର, କାନନ ବିହାର ଓ ୟୁନିଟ୍ ୬ ଅଞ୍ଚଳର ସଂକ୍ରମିତ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୫୯୩କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ୩୧ ହଜାର ୦୬୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ମାମଲା ୨୩୯ରେ ପହଞ୍ଚିଛି।

Leave A Reply

Your email address will not be published.