Latest Odisha News

BREAKING NEWS

ରବିବାର ଓ ଛୁଟି ଦିନ ବ୍ୟତୀତ ସବୁ ଦିନ ହେବ ଟୀକାକରଣ

ଭୁବନେଶ୍ୱର: ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ଟୀକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଟାର୍ଗେଟ ପାଖାପାଖି ହାସଲ କରିଛୁ। ଦ୍ଵିତୀୟ ଡୋଜ ଟୀକାକରଣ ଚାଲିଥିବା ବେଳେ ଏବେ ବୟସ୍କ ଲୋକଙ୍କ ଉପରେ ଧ୍ୟାନ ଦିଆଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଖରାକୁ ଦୃଷ୍ଟିରେ ରଖି ୭୦୦ ଟୀକାକରଣ ସେଣ୍ଟର ବୃଦ୍ଧି କରାଯାଇଛି। ପ୍ରତିଦିନ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟୀକାକରଣ ଟାର୍ଗେଟ ରହିଥିବା ବେଳେ ଏହା ଆହୁରି ମଧ୍ୟ ବଢ଼ିବ।

Comments are closed.