Latest Odisha News

BREAKING NEWS

ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଛି ୟୁଟ୍ୟୁବର୍ ଲିଲି ସିଂଙ୍କ ‘ଆଇ ଷ୍ଟାଣ୍ଡ୍ ୱିଥ୍ ଫାର୍ମର୍ସ’ ମାସ୍କ

ନୂଆଦିଲ୍ଲୀ: ୟୁଟ୍ୟୁବର୍ ତଥା କମେଡିଆନ୍‌ ଲିଲି ସିଂ ମାର୍ଚ୍ଚ ୧୪ ରେ ଲସ୍ ଏ‌‌ଞ୍ଜେଲ୍‌ସଠାରେ ଗ୍ରାମି ଆୱାର୍ଡସ୍ ୨୦୨୧ରେ ଯୋଗଦେବା ବେଳେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଏକ ମାସ୍କ ପିନ୍ଧିଥିଲେ। ସେ ଏକ କଳା ରଙ୍ଗର ସୁଟ ପିନ୍ଧିଥିବା ବେଳେ ଏକ କଳା ରଙ୍ଗର ମାସ୍କ ପିନ୍ଧିଥିଲେ ଯେଉଁଥିରେ ଲେଖାଥିଲା, “ମୁଁ କୃଷକମାନଙ୍କ ସହିତ ଛିଡା ହୋଇଛି।”

ସେ ରେଡ୍ କାର୍ପେଟରେ ପୋଜ୍ ଦେବା ବେଳେ ‘ଆଇ ଷ୍ଟାଣ୍ଡ୍ ୱିଥ୍ ଫାର୍ମର୍ସର’ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ଲିଲିଙ୍କ ଏହି ପୋଷ୍ଟ ଅନଲାଇନ୍ ଉପଲବ୍ଧ ହେବାର ଏକ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହା ପୂର୍ବରୁ ଅନ୍ତର୍ଜାତୀୟ ଗାୟକ ରିହାନା, ପର୍ଣ୍ଣ ତାରକା ମିୟା ଖଲିଫା ଏବଂ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ମଧ୍ୟ ଭାରତରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ୍ କରିଥିଲେ।

Leave A Reply

Your email address will not be published.