Latest Odisha News

BREAKING NEWS

ନେପାଳରେ ଆରମ୍ଭ ହେଲା ଟିକାକରଣ ଅଭିଯାନ; ଭାରତର ସହାୟତା ପାଇଁ ପିଏମ୍‌ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଆଜି ନେପାଳରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବୁଧବାର ନେପାଳରେ କୋଭିଡ-୧୯ ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏହି ଟିକା ପାଇଁ ଭାରତ ତଥା ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନେପାଳୀ ପ୍ରଧାନମନ୍ତ୍ରୀ କେ.ପି ଶର୍ମା କହିଛନ୍ତି ଯେ ଆମକୁ କୋଭିଡ୍‌-୧୯ ଟିକା ପ୍ରୟୋଗ କରିବାର ପ୍ରାରମ୍ଭିକ ସୁଯୋଗ ମିଳିଛି। ଏଥିପାଇଁ ମୁଁ ଆମର ପଡୋଶୀ ଭାରତ ସରକାର, ଏହାର ଲୋକ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୋର ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ଭାରତରେ ଆରମ୍ଭ ହେବାର ପ୍ରାୟ ଏକ ସପ୍ତାହ ମଧ୍ୟରେ ସେ ଏହି ଟିକା ଆମ ପାଖକୁ ପଠାଯାଇଛି ତାହ ପୁଣି ଅନୁଦାନ ସ୍ବରୂପ ୧୦ ଟିକା ପଠାଯାଇଛି।

Leave A Reply

Your email address will not be published.