ଭୁବନେଶ୍ୱର: ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେ ‘ସୁପର ସ୍ପ୍ରେଡର’ ପାଲଟିବାର ଆଶଙ୍କା ପ୍ରକାଶ ପାଇଛି । ଆଜି ଏନେଇ ସବିଶେଷ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ ।
ତୃତୀୟ କରୋନା ସଂକ୍ରମିତ ଜଣକ ବିମାନରେ ୩୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଘରେ ଝିଅ, ସ୍ତ୍ରୀ, ଡ୍ରାଇଭର ଏବଂ ୩ ଜଣ ସହାୟିକାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେହିପରି ବ୍ୟାଙ୍କର ୪୪ଜଣ, ବିଧାନସଭାର ୭ଜଣ, କ୍ଲିନର ୨୧ ଜଣ ଏବଂ ରକ୍ତ ପରୀକ୍ଷା କରାଇଥିବା ପାଥୋଲାବରେ ୩ ଜଣଙ୍କ ସଂସ୍ପର୍ଶରେ ଆସିଥିବା ନେଇ ବାଗଚୀ ସ୍ପଷ୍ଟ କରିଛନ୍ତି ।
ତେବେ ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ସହ ଯୋଗାଯୋଗ ହୋଇ ପାରି ନାହିଁ । ଅନ୍ୟ ସମସ୍ତଙ୍କ ସହ ଯୋଗାଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେଥିମଧ୍ୟରୁ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ଅନ୍ୟ ୧୦ଟି ରିପୋର୍ଟକୁ ଅପେକ୍ଷା ରହିଛି ବୋଲି ବାଗଚୀ କହିଛନ୍ତି ।
ସେପଟେ ୩ ପଜିିଟିଭ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ସମସ୍ତେ ଅନ୍ୟ ରୋଗୀଙ୍କ ଭଳି ହସ୍ପିଟାଲ ରନ୍ଧା ଖାଦ୍ୟ ଖାଉଛନ୍ତି ବୋଲି ସୁବ୍ରୋତ ବାଗଚୀ କହିଛନ୍ତି ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩

Comments are closed.