Latest Odisha News

BREAKING NEWS

କରୋନା: ‘ପିଏମ୍ କେୟାରସ୍’ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କଲେ ଅକ୍ଷୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୁଆ ଭୟ । ସଙ୍କଟ ସ୍ଥିତି ଦେଇ ଗତି କରୁଛି ଦେଶ । ପୁରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ କରାଯାଇଛି । ତାଲା ବନ୍ଦ ଯୋଗୁଁ ଦିନ ମଜୁରିଆଙ୍କ ଚିନ୍ତା ବଢ଼ିଛି । ଏଭଳି ସ୍ଥିତି ସହାୟତାର ହାତ ବଢ଼ାଇବା ପାଇଁ ଆଗେଇ ଆସିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ କୋଟି ଟଙ୍କା ଦାନ କରିଛନ୍ତି ।

ଅକ୍ଷୟ ନିଜେ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ସମୟରେ ଲୋକଙ୍କ ଜୀବନ ବଂଚାଇବା ହେଉଛି ଆମର ପ୍ରାଥମିକତା । ଆମେ ଯାହା କରିପାରିବୁ ତାହା କରିବା ଉଚିତ । ପିଏ କେୟାରସ୍ ପଣ୍ଡକୁ ୨୫ କୋଟି ଦାନ କରୁଛି ବୋଲି ସେ ଟ୍ୱିଟ୍ କରି ଘୋଷଣା କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଜୀବନ ବଂଚିଲେ ଦେଶ ବଂଚିବ ।
ଅକ୍ଷୟ କୁମାରଙ୍କ ଏଭଳି ପଦକ୍ଷେପ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅକ୍ଷୟ ଏଭଳି ପଦକ୍ଷେପକୁ ଫ୍ୟାନ୍ସମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.