Latest Odisha News

BREAKING NEWS

କଟକରେ ୭୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ: କଟକରେ ନୂଆ ୮୧ଟି କରୋନା ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା ୭୦୨ରେ ପହଞ୍ଚିଛି।

କଟକ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରୁ ୫୫, ଆଠଗଡରୁ ୧୩, ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ୪, ଟିଗିରିଆରୁ ଚାରି, ଟାଙ୍ଗିରୁ ୨ ଏବଂ ସମ ହସ୍ପିଟାଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।

 

ଏହାପୂର୍ବରୁ, କଟକ ମ୍ୟୁନିସିପାଲ କର୍ପୋରେସନ ଜୁଲାଇ ୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ଏହାର କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ବାରଣ କରିଥିଲା।

ଉଲ୍ଲେଖଯୋଗ୍ୟ, କଟକରେ କରୋନା ସଂକ୍ରମଣରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯୧ ଜଣ ସୁସ୍ଥ ହୋଇଛନ୍ତି। ଏହା ବ୍ୟତୀତ ୨୦୬ ଟି ସକ୍ରିୟ ମାମଲା ରହିଛି।

Comments are closed.