Latest Odisha News

BREAKING NEWS

କରୋନା ଭାଇରସ : ପ୍ରତିଷେଧକ ବାହାର କରିବା ପାଇଁ ଦିନ ରାତି ଶୋଉ ନାହାନ୍ତି କେଟ ବ୍ରଡରିକ୍‌

ବେଜିଂ : କରୋନା ଭାଇରସର ପ୍ରତିଷେଧକ ଟୀକା ବାହାର କରିବା ପାଇଁ ସ୍କଟଲାଣ୍ଡର କେଟ ବ୍ରେଡରିକ୍ ଦିନ ରାତି ଗବେଷଣାରେ ଲାଗିଛନ୍ତି । ସେ ଦିନକୁ ମାତ୍ର ୨ ଘଂଟା ଶୋଇ ବାକିତକ ସମୟ ଏଥିନେଇ ପରିଶ୍ରମ କରୁଛନ୍ତି ।

ସେ ଏହା ପୂର୍ବରୁ ଇବୋଲା ଓ ଜୀକା ପରି ରୋଗପାଇଁ ପ୍ରତିଷେଧକ ବାହାର କରିବାରେ ସଫଳ ହୋଇଥିଲେ । କାଲିଫର୍ନିୟାରେ ଥିବା ଗବେଷଣା କେନ୍ଦ୍ରରେ ତାଙ୍କର ଏକ ଟିମ୍ ମଧ୍ୟ ଏଥିନେଇ କାମ କରୁଛନ୍ତି ।

ରିପୋର୍ଟ ମୁତାବକ ଚୀନରୁ ଜେନେଟିକ୍ କୋଡ ପାଇବା ପରେ ସେ ଏଥିନେଇ ପ୍ରତିଷେଧକ ବାହାର କରି ସାରିଛନ୍ତି । ତେବେ ଏହାକୁ ପ୍ରୟୋଗ କରିବା ପାଇଁ ଲ୍ୟାବରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.