ପାରାଦୀପ- ପାରାଦୀପ ସମୁଦ୍ରରେ ଅଟକିଛି ୧୦ଟି ଜାହାଜ। କରୋନା ଭାଇରସ୍ ଆଶଙ୍କାରେ ଏହି ଜାହାଜ ଗୁଡିକୁ ବର୍ଥକୁ ଆସିବାକୁ ଅନୁମତି ଦେଉନି ପାରାଦୀପ ବନ୍ଦର। ଏହି ଜାହାଜ ଗୁଡିକ ୫ ଦିନ ମଧ୍ୟରେ ପାରାଦୀପକୁ ଆସିଛନ୍ତି। ଅନ୍ୟପଟେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଧକ୍ଷତାରେ କରୋନାକୁ ନେଇଁ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ।
କରୋନା ଭାଇରସ୍ ଧିରେ ଧିରେ ମହାମାରୀର ରୂପ ନେଉଛି। ଗୋଟିଏ ପରେ ଗୋଟିଏ ଦେଶକୁ ଏହା ଡେଇଁବାରେ ଲାଗିଛି। ଏହାକୁ ନେଇ ସାଧାରଣ ଜନତା ଚିନ୍ତିତ ଥିବାବେଳେ ଓଡିଶା ସରକାର ବିଭିନ୍ନ ସ୍ତରରେ ଏହାକୁ ରୋକିବାର ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏହାକୁ ନେଇ ବ୍ୟବସାୟୀକ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡିଛି। ପାରାଦୀପ ବନ୍ଦର କରୋନା ଭାଇରସକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଗତ ୫ ଦିନରେ ୧୦ ଜାହାଜର ପଣ୍ୟ ପରିବହନକୁ ଅନୁମତି ପ୍ରଦାନ କରୁନାହିଁ ବନ୍ଦର । ଉକ୍ତ ଜାହାଜ ଗୁଡିକ ଚୀନ, ସିଙ୍ଗାପୁର, ଶ୍ରୀଲଙ୍କା, ହଂକଂ ରୁ ଆସିଛନ୍ତି। ଉକ୍ତ ଜାହାଜର କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କୀତ ତଥ୍ୟ ସଂଗ୍ରହ କରାଯାଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି।
କରୋନା ଭାଇରସ୍ କୁ ନେଇ ଜଗତସିଂହପୁର ଜିଲ୍ଲାପାଳ ଆଜି ପାରାଦୀପ ସର୍କିଟ ହାଉସରେ ଏକ ସସୀକ୍ଷା ବୈଠକ କରିଥିଲେ । ଏଥିରେ ବିଭିନ୍ନ ବଡ ବଡ ହୋଟେଲର କର୍ମଚାରୀ, ପୋର୍ଟ ଡାକ୍ତରଖାନାର ସିଏମ୍ଓ, ଜଗତସିଂହପୁର ସିଡିଏମଓ, ପୋର୍ଟ ଜାହାଜ ଚଳାଚଳ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । କରୋନା ଭୂତାଣୁ ନେଇ ଦେଶର ନାଗରିକମାନଙ୍କ ରିପୋର୍ଟ ପ୍ରତିଦିନ ଦେବା ପାଇଁ ହୋଟେଲଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୋର୍ଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ବାହାର ଦେଶର ନାଗରିକଙ୍କ ରିପୋର୍ଟ ଆମେ ଦାଖଲ କରିବୁ ଏବଂ ହୋଟେଲ ସମ୍ମୁଖରେ ବ୍ୟାନର ଦ୍ବାରା ସଚେତନ କରାଇବୁ ବୋଲି ହୋଟେଲ କର୍ମଚାରୀମାନେ କହିଛନ୍ତି । ସେହିପରି ବନ୍ଦର ପକ୍ଷରୁ କରୋନାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି ଏବଂ ଅଟକ ଜାହାଜ ଗୁଡିକ ସେମାନଙ୍କ ଦୈନିକ ରିପୋର୍ଟ ଦାଖଲ କରୁଛନ୍ତି। ସେମାନଙ୍କୁ ପାରାଦୀପରେ ତଳକୁ ଓହ୍ଲାଇବା ପାଇଁ ଦିଆ ଯିବନାହିଁ। କିନ୍ତୁ କେବେ ଉକ୍ତ ଜାହାଜର ପଣ୍ୟ ପରିବହନ କରାଯିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ବୈଠକ ପରେ ପୋର୍ଟ ଡାକ୍ତରଖାନାର ମୁଖ୍ୟ ପ୍ରହଲ୍ଲାଦ ପଣ୍ଡା ପ୍ରକାଶ କରିଛନ୍ତି।
BREAKING NEWS
- ପାକିସ୍ତାନ ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍କୁ ଘେରିଲେ ବିକ୍ଷୋଭକାରୀ: ହୋଟେଲ ଆଗରେ ହଙ୍ଗାମା
- ବିଦ୍ୟୁତ ଖୁଣ୍ଟକୁ ପିଟି ଜଳିଗଲା ଟ୍ରକ୍: ଡ୍ରାଇଭର ମୃତ, ୨୦୦ ଛେଳି ଜୀବନ୍ତ ଦଗ୍ଧ
- ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍କ ବର୍ଥ ବିକାଶ ପାଇଁ ଲେଟର୍ ଅଫ୍ ଆୱାର୍ଡ ହାସଲ କଲା ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍
- Fake PMO ID: ଫେକ୍ PMO କାର୍ଡ ଦେଖାଇ ପଶିବାକୁ ଚେଷ୍ଟା କରୁଥିଲେ ପୁଅ, ପଚାରିବାରୁ ଚିହିଁକି ଉଠିଲେ ବାପା…କ୍ୟାମେରା ଉପରେ କଲେ ଆଟାକ୍!
- ପୂର୍ବତନ PACS ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୧୪.୨୨ ଲକ୍ଷ ହେରଫେର
- ଓରାଙ୍ଗଉଟାନଙ୍କୁ ନେଇ RCCFଙ୍କ ବଡ଼ ସୂଚନା: ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ହେଉଥିଲା ଚାଲାଣ
- ଓଡ଼ିଶା ଉପକୂଳରେ ପ୍ରବଳ ପବନ ବହିବ, ଘଣ୍ଟା ପ୍ରତି ୬୦ କିମି…
- ସ୍କୁଲ ପରିସରରେ ମଦ୍ୟପାନ ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ
- Puri Temple Land in Pak: ପାକିସ୍ତାନରେ ବି ରହିଛି ମହାପ୍ରଭୁଙ୍କ ଜମି! ୩୬ ହଜାର ଏକର ସମ୍ପତ୍ତିର ହେବ ବଡ଼ ଯାଞ୍ଚ…
- ଜୋର୍ଡାନରେ ଇରାନର ବଡ଼ ହମଲା: ଆମେରିକୀୟ ଏୟାରବେସ୍ କୁ ଟାର୍ଗେଟ୍ କଲା ଇରାନ

Comments are closed.