Latest Odisha News

BREAKING NEWS

କରୋନା: ବିଶ୍ୱରେ ୪୬୦୦ ଟପିଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ କେଉଁ ଦେଶରେ କେତେ ମୃତ

ନୂଆଦିଲ୍ଲୀ: କରୋନା କବଳରେ ସାରା ଦୁନିଆ । ଚୀନ ଦେଶ ବାହାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲାଗାତାର ବଢ଼ି ବଢ଼ି ଚାଲିଛି । ଇଟାଲୀ ଓ ଇରାନରେ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପୁଛି । ମିଳିଥିବା ସୂଚନା ମୁତାବକ, ଦୁନିଆର ୧୨୪ଟି ଦେଶରେ କରୋନାର ପ୍ରକୋପ ରହିଛି ଏବଂ ମୋଟ୍ ୧,୨୬,୩୬୭ଜଣ କରୋନା ଦ୍ୱାରା ସଂକ୍ରମିତ ହେଲେଣି । ସାରା ଦୁନିଆରେ ଏପର୍ଯ୍ୟନ୍ତ ୪,୬୩୩ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଯେବେକି ମୋଟ ୬୮,୩୦୪ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରିଦିଆଯାଇଛି । କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାମାରୀ ଘୋଷଣା କରିଛି ।

ଜାଣନ୍ତୁ ଏପର୍ଯ୍ୟନ୍ତ ଦୁନିଆର କେଉଁ ଦେଶରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି :-

ଚୀନ-୩୧୬୯

ଇଟାଲୀ-୮୨୭

ଇରାନ-୩୫୪

ଦକ୍ଷିଣ କୋରିଆ-୬୬

ଫ୍ରାନ୍ସ-୪୮

ଆମେରିକା- ୩୮

ସ୍ପେନ-୫୫

ଜର୍ମାନୀ-୩

ସ୍ୱିଜରଲାଣ୍ଡ-୪

ଜାପାନ-୧୫

Leave A Reply

Your email address will not be published.