Latest Odisha News

BREAKING NEWS

କରୋନା ଭାଇରସରେ ଆକ୍ରାନ୍ତ ହେଲେ ହଲିଉଡ ଷ୍ଟାର ଟମ୍ ହଙ୍କ ଓ ତାଙ୍କ ପତ୍ନୀ

ହଲିଉଡ ଷ୍ଟାର ଟମ୍ ହଙ୍କ୍‌ସ ଓ ତାଙ୍କ ପତ୍ନୀ ରୀତା ୱିଲସନ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ବୋଲି ଗୁରୁବାର ପ୍ରକାଶ କରିଛନ୍ତି । ସେ ଅଷ୍ଟ୍ରେଲିଆରେ ଥିବାବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଛି ।

ହଙ୍କ ଏବଂ ୱିଲସନ ଉଭୟ ୬୩ ବର୍ଷ ବୟସ୍କ ହୋଇଥିବା ବେଳେ କରୋନାରେ ସଂକ୍ରମିତ ହୋଇଥିବା ସନ୍ଦେହ କରି ନିଜର ପରୀକ୍ଷା କରାଇଥିଲେ। ତାଙ୍କର ରିପୋର୍ଟ ପଜିଟିଭ ବାହାରିବାରୁ ସେମାନେ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଥିବା ନେଇ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

ହଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଆମକୁ ଥଣ୍ଡା ଲାଗିବା ସହ ଥକ୍କା ଲାଗୁଥିଲା ଏବଂ ଶରୀରରେ କିଛି ଯନ୍ତ୍ରଣା ହେଉଥିଲା। ଏପରିକି ସାମାନ୍ୟ ଜ୍ୱର ମଧ୍ୟ ହେଉଥିଲା ଜ୍ଝପରେ ଆମେ କରୋନାଭାଇରସ୍ ପରୀକ୍ଷା କରାଇଥିଲୁ, ଯାହା ପଜିଟିଭ ବାହାରିଛି ।

ହଙ୍କସ୍ ଏଲଭିସ୍ ପ୍ରେସ୍ଲିଙ୍କ ଜୀବନୀ ଆଧାରିତ ଏକ ଚଳଚ୍ଚିତ୍ରରେ କାମ କରୁଛନ୍ତି ଏବଂ ଗୋଲ୍ଡ କୋଷ୍ଟରେ ସୁଟିଂ ମଧ୍ୟ କରୁଛନ୍ତି ।

ଏହାପୂର୍ବରୁ ଗତ ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡଐଙ) ପକ୍ଷରୁ ଏହି କରୋନା ଭାଇରସକୁ ‘ମହାମାରୀ’ ବୋଲି ଘୋଷଣା କରିଥିଲା।

Leave A Reply

Your email address will not be published.