Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରେ ସର୍ବାଧିକ ୨୪୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୪୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଜଣ କରୋନା ଯୋଦ୍ଧା ରହିଥିବା ବେଳେ ପ୍ରାୟ ୨୧୪ଟି ସ୍ଥାନୀୟ ମାମଲା ରହିଛି । ସେହିପରି ୩ ଜଣଙ୍କର ଟ୍ରାଭେଲ୍ ହିଷ୍ଟି୍ର ରହିଛି ।

ଅଧିକ ପଢନ୍ତୁ- ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୯୧ ଛୁଇଁଲା

ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୨୭ ରହିଛି । ସେଥିମଧ୍ୟରେ ୧୯୧୫ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୩୫୫୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୫୪ ଜଣଙ୍କର ମୃତ୍ୟୁ ଘଟିଛି ।

ଅଧିକ ପଢନ୍ତୁ- ଓଡିଶାରେ ଆଉ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

Leave A Reply

Your email address will not be published.