Latest Odisha News

BREAKING NEWS

କରୋନା କବଳରେ ସାରା ବିଶ୍ୱ: ମୃତ୍ୟୁ ସଂଖା ୫୨ ହଜାର ଟପିଲା

ଭୁବନେଶ୍ୱର: ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ହୋଇଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୨ ହଜାର ଟପିଛି । ଏଥି ସହିତ ପ୍ରାୟ ଦୁଇ ଲକ୍ଷ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପୂର୍ବରୁ ଆମେରିକା, ଚୀନ, ଇଟାଲୀ, ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ବେଳେ ଏବେ ଜର୍ମାନୀ ଏହାକୁ ଟପି ଯାଇଛି । ଜର୍ମାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୮୪ ହଜାର ୭୮୮ ଛୁଇଁଥିବା ଏକ ରିପୋର୍ଟରୁ ଜଣାପଡିଛି । ଆମେରିକା, ଇଟାଲୀ, ସ୍ପେନ ଅପେକ୍ଷା ଜର୍ମାନୀରେ ସୁସ୍ଥ ହୋଇ ଘରକୁ ଫେରୁଥିବା ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଆମେରିକାରେ ସର୍ବାଧିକ ଦୁଇ ଲକ୍ଷ ୪୨ ହଜାର ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଇଟାଲୀରେ ଏକ ଲକ୍ଷ ୧୫ ହଜାର ୨୪୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୪୩୨ ରହିଛି ।

Leave A Reply

Your email address will not be published.