Latest Odisha News

BREAKING NEWS

କରୋନା ମୁକାବିଲା: ଭାରତକୁ ୧ ବିଲିୟନ ଡଲାର ଜରୁରୀକାଳୀନ ଅର୍ଥ ପ୍ରଦାନକୁ ବିଶ୍ଵବ୍ୟାଙ୍କର ମଞ୍ଜୁରୀ

ନୂଆଦିଲ୍ଲୀ: ମହାମାରୀ ଘୋଷିତ କରୋନାଭାଇରସର ମୁକାବିଲା ପାଇଁ ଭାରତକୁ ୧ ବିଲିୟନ ଡ଼ଲାରର ଜରୁରୀକାଳୀନ ଅର୍ଥ ପ୍ରଦାନକୁ ମଞ୍ଜୁରୀ ଦେଇଛି ବିଶ୍ୱ ବ୍ୟାଙ୍କ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବିଶ୍ଵ ବ୍ୟାଙ୍କ ପରିଯୋଜନା ଅନୁସାରେ ୨୫ ଟି ଦେଶକୁ ୧.୯ ବିଲିୟନ ଡଲାର ପ୍ରଦାନ କରାଯିବ ।

ଏବଂ ଫାଷ୍ଟ-ଟ୍ରାକ୍ ପ୍ରକ୍ରିୟା ବ୍ୟବହାର କରି ୪୦ ରୁ ଅଧିକ ଦେଶରେ ନୂତନ କାର୍ଯ୍ୟ ଆଗକୁ ବଢୁଛି ବୋଲି ବ୍ୟାଙ୍କ ସୂଚନା ପ୍ରଦାନ କରିଛି।

ଜରୁରୀକାଳୀନ ଆର୍ଥିକ ସହାୟତାର ସବୁଠାରୁ ବଡ ଅଂଶ (୧ ବିଲିୟନ ଡଲାର) ଭାରତକୁ ମିଳିଛି ।

“ଭାରତରେ ୧ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ଅର୍ଥ ଦ୍ୱାରା ଉନ୍ନତ ସ୍କ୍ରିନିଂ, ପରୀକ୍ଷାଗାରରେ ଯାଞ୍ଚ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ କ୍ରୟ କରିବା ସହ ନୂତନ ଆଇସୋଲେସନ ୱାର୍ଡ ସ୍ଥାପନ କରିବ ବୋଲି ବିଶ୍ଵବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି। |

ଦକ୍ଷିଣ ଏସିଆରେ ବିଶବ୍ୟାଙ୍କ ପାକିସ୍ତାନ ପାଇଁ ୨୦୦ ମିଲିୟନ ଡଲାର, ଆଫଗାନିସ୍ତାନ ପାଇଁ ୧୦୦ ମିଲିୟନ ଡଲାର, ମାଲଦ୍ୱୀପ ପାଇଁ ୭.୩ ମିଲିୟନ ଡଲାର ଏବଂ ଶ୍ରୀଲଙ୍କା ପାଇଁ ୧୨୮.୬ ମିଲିୟନ ଡଲାର ମଞ୍ଜୁର କରିଛି।

Leave A Reply

Your email address will not be published.