Latest Odisha News

BREAKING NEWS

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୩୧୫କୁ ବୃଦ୍ଧି ହୋଇଥିବାନେଇ ଇଣ୍ଡିଆନ୍ କାଉନସିଲ୍‌ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି ।

କେବଳ ଗୋଟିଏ ଦିନରେ ଭାରତରେ ପ୍ରାୟ ୭୯ଟି ନୂତନ ସଂକ୍ରମଣ ମାମଲା ନଜରକୁ ଆସିଥିବା ବେଳେ କେରଳରେ ୫୦ ଟେଷ୍ଟ ପଜିଟିଭ ରହିଛି ।

ଆହୁରି ମଧ୍ୟ ୩୧୫ ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ ବିଦେଶୀ ନାଗରିକ ରହିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ସୂଚନାଯୋଗ୍ୟ, ନିକଟ ଅତୀତରେ ଦେଶରେ କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଏଯାବତ୍ ମାତ୍ର ୪ ଜଣ ପ୍ରାଣ ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୦୦ରୁ ଅଧିକ ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.