Latest Odisha News

BREAKING NEWS

ଘରୋଇ ଲାବୋରୋଟୋରୀରେ କୋଭିଡ୧୯ ପରୀକ୍ଷଣ ନେଇ ଗାଇଡଲାଇନ ଜାରି

ନୂଆଦିଲ୍ଲ- ସାରା ଦେଶରେ କୋଭିଡ୧୯ ପରୀକ୍ଷଣର ଆବଶ୍ୟକତା ଦୃତ ଗତିରେ ବଢୁଥିବାରୁ ଘରୋଇ ଲାବୋରୋଟୋରୀଗୁଡିକରେ ଏହି ପରୀକ୍ଷଣ କରାଯିବା ପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) ପକ୍ଷରୁ ବିସ୍ତୃତ ନିୟମାବଳୀ ଜାରି କରାଯାଇଛି ।

ଏହି ନିୟମାବଳୀ ଅନୁସାରେ କୋଭିଡ୧୯ ପରୀକ୍ଷଣ ପାଇଁ ସର୍ବାଧିକ ୪,୫୦୦ ଟଙ୍କା ନିଆଯାଇପାରିବ । ଏହା ମଧ୍ୟରେ ରହିଛି ସନ୍ଦିଗ୍ଦଙ୍କ ସ୍କ୍ରିନିଂ ପରୀକ୍ଷଣ ପାଇଁ ୧୫୦୦ ଟଙ୍କା ଓ କନଫର୍ମେସନ ପରୀକ୍ଷଣ ପାଇଁ ୩୦୦୦ଟଙ୍କା । ଏଥି ସହିତ ଆଇସିଏମଆର୍ ପକ୍ଷରୁ ଘରୋଇ ଲ୍ୟାବଗୁଡିକୁ ଆହୁରି କମ ଟଙ୍କାରେ ଅଥବା ମାଗଣାରେ ପରୀକ୍ଷଣ କରିବା ପାଇଁ ଅନୁରୋଧ କରାଯାଇଛି ।

ଯଥା ସମ୍ଭବ ଘରୁ ନମୁନା ସଂଗ୍ରହ ପାଇଁ ଘରୋଇ ଲ୍ୟାବଗୁଡିକୁ କୁହାଯାଇଛି । ଯାହା ଦ୍ୱାରା ସନ୍ଦିଗ୍ଧ ବ୍ୟକ୍ତି ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା କମ ହୋଇପାରିବ । ଏଥିରେ ବ୍ୟବହାର ହେଉଥିବା କୋଭିଡ୧୯ ପରୀକ୍ଷଣ କମର୍ସିଆଲ କିଟ୍ ଉଭୟ ୟୁଏସ୍‌ଏଫ୍‌ଡିଏ ସ୍ୱୀକୃତ କିମ୍ବା ୟୁରୋପିଆନ ସିଇ ସାର୍ଟିଫାଏଡ୍ ହୋଇଥିବା ଆବଶ୍ୟକ ବୋଲି ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି । କୋଭିଡ୧୯ ପରୀକ୍ଷା ପାଇଁ ଆଇସିଏମଆର ନିୟମାବଳୀ ଅନୁସାରେ ଉପଯୁକ୍ତ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲେ ହିଁ ଲାବୋରୋଟୋରୀରେ ଏହି ପରୀକ୍ଷଣ କରାଯାଇପାରିବ ।

Leave A Reply

Your email address will not be published.