Latest Odisha News

BREAKING NEWS

ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢୁଛି ଘାତକ କରୋନା; ଆକ୍ରାନ୍ତ ସଂଖ୍ୟା ୧୧୬ ଛୁଇଁଲା

ମୁମ୍ବାଇ: ସାରା ଦେଶରେ କରୋନାଭାଇରସକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ବୁଧବାର ଦିନ କରୋନାଭାଇରସର ୯ଟି ନୂଆ ମାମଲା ଆସିଛି । ଏହା ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, “ସାଙ୍ଗଲିରେ ଗୋଟିଏ ପରିବାରର ୫ଜଣଙ୍କ ସମେତ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମହାରାଷ୍ଟ ହେଉଛି ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ।”

Leave A Reply

Your email address will not be published.