Latest Odisha News

BREAKING NEWS

କାବୁଲ୍ ଗୁରୁଦ୍ୱାରରେ ଆତ୍ମଘାତୀ ହମଲା: ୨୭ମୃତ, ୮ଆହତ

କାବୁଲ: ଆତଙ୍କବାଦକୁ ରୋକିପାରିନି କରୋନାଭାଇରସ୍ । ଆଫଗାନିସ୍ତାନ ରାଜଧାନୀ କାବୁଲର ଗୁରୁଦ୍ୱାରା ସାହିବରେ ଆତ୍ମଘାତୀ ହମ୍‌ଲା । ୨୭ ନିହତ, ୮ ଆହତ ।

BjdElectrycity

ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ କାବୁଲ୍‌ର ସୋର୍ ବଜାରସ୍ଥିତ ଗୁରୁଦ୍ୱାରା ସାହିବରେ ଧସେଇ ପଶିଥିଲେ ଅଜଣା ବନ୍ଧୁକଧାରୀ ଓ ସୁଇସାଇଡ୍ ବମ୍ବର । ସକାଳ ୭ଟା୪୫ ମିନିଟ୍ ସମୟରେ ଗୁଳି ଓ ବୋମା ମାଡରେ ଥରିଉଠିଥିଲା ସ୍ଥାନୀୟ ଅଂଚଳ । ଆକ୍ରମଣ ସମୟରେ ଗୁରୁଦ୍ୱାରାରେ ୧୫୦ରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ତାଜା ସ୍ଥିତି ଅନୁସାରେ ଗୁରୁଦ୍ୱାରାରୁ ୮ଜଣଙ୍କୁ ପୋଲିସ ଉଦ୍ଧାର କରିଛି ।

ଆତ୍ମଘାତୀ ଆକ୍ରମଣକାରୀ ଓ ଆଫଗାନି ସେନା ମଧ୍ୟରେ ଘମାଘୋଟ ଲଢେଇ ପରେ ଶେଷରେ ଆଫଗାନୀ ସେନା ବିଜୟ ହାସଲ କରିଛି ।ସୂଚନା ଅନୁଯାୟୀ ଆକ୍ରମଣରେ ସାମିଲ ୪ ଆତଙ୍କବାଦୀ ଆଫଗାନୀ ସିକ୍ୟୁରିଟି ଫୋର୍ସ ହାତରେ ନିହତ ହୋଇଛନ୍ତି ।

ଆକ୍ରମଣକୁ ନେଇ ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ନିନ୍ଦା କରିଥିବାବେଳେ ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ ର ହାତ ରହିଥିବା ସନ୍ଦେହ କରାଯାଉଛି ।

 

Leave A Reply

Your email address will not be published.