Latest Odisha News

BREAKING NEWS

[ଭିଡ଼ିଓ] ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ୨ ଗିରଫ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣାର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ ହାତରେ । ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ ଟିମ୍ । ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ ।

୨ ଅଭିଯୁକ୍ତଙ୍କୁ ସାତ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ । ୧୧ତାରିଖ ଦିନ ବିଳମ୍ବିତ ରାତିରେ ଜଗା ଓରଫ ଜଗନ୍ନାଥ ଷଡଙ୍ଗୀ ଚିତ୍ତରଞ୍ଜନଙ୍କୁ ନିଜ ମଟରସାଇକେଲରେ ଚକ୍ରପଡାର ରହସ୍ଯମୟୀ ଯୁବତୀଙ୍କ ଘରକୁ ଯାଇଥିଲା। ଜଗା ସହ ଯୁବତୀଙ୍କ ପରିବାରର ସମ୍ପର୍କ ରହିଥିଲା ମାତ୍ର ଚିତ୍ତରଞ୍ଜନ କାହିଁକି ଆସିଛି ବୋଲି ଗାଁରେ ଗଣ୍ଡଗୋଳ ହୋଇଥିଲା ।

ଯୁବତୀଙ୍କ ସ୍ୱାମୀ ଅଶୋକ ଉପାଧ୍ୟାୟଙ୍କ ସହ ଗାଁର କିଛି ଯୁବକ ସେମାନଙ୍କୁ ପିଛା କରିଥିଲେ। ନଦୀବନ୍ଧ ଉପରେ ଚିତ୍ତରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଦୁଇଦିନ ପରେ ଘଟଣାସ୍ଥଳରୁ ମାତ୍ର କେଇଫୁଟ ଦୁର ନୁଆନଇରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସେପଟେ ଆଜି ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ଜଗା ଓ ଅଶୋକ ଉପାଧ୍ଯାୟଙ୍କୁ ଜେଲ ପଠାଇ ଦିଆଯାଇଛି।

 

 

Leave A Reply

Your email address will not be published.