Latest Odisha News

BREAKING NEWS

ଥମୁନି କରୋନା: ଦେଶରେ ୫୪୩ ମୃତ, ୨୪ ଘଣ୍ଟାରେ ୧୫୫୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧୭,୨୬୫ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି ୧୫୫୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ଘଟିଛି।

ଏନେଇ ଏଏନଆଇ ନ୍ୟୁଜ ଏଜେନ୍ସି ରିପୋର୍ଟରୁ ଜଣାପଡିଛି।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୧୪୧୭୫ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୨୫୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ଏଯାବତ ଦେଶରେ କରୋନା ସଂକ୍ରମଣରେ ମୋଟ୍ ୫୪୩ ଜଣଙ୍କର ମୃତ୍ୟୁ ଘଟିଛି।

 

Comments are closed.