Latest Odisha News

BREAKING NEWS

କରୋନା ଆତଙ୍କ; ଗୋଟିଏ ଦିନରେ ଆମେରିକାରେ ୧୯୯୭ ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ ।

କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୧ ହଜାର ୯୯୭ ଜଣଙ୍କ ମୃତ୍ୟୁ ସହ ସର୍ବମୋଟ ମୃତ୍ୟୁ ସଂଖ୍ୟା ୪୦ ହଜାରରେ ପହଞ୍ଚିଛି ।

କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ୨୪ ଲକ୍ଷ ଛୁଇଁଛି।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଭାରତ, ଫ୍ରାନ୍ସ, ବ୍ରିଟେନ୍‌, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୨୦୫ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.