Latest Odisha News

ବ୍ୟାପୁଛି କରୋନାଭାଇରସ; ଗୋଟିଏ ଦିନରେ ଭାରତରେ ୫୪୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧୯୯ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି ୫୪୭ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ଘଟିଛି।

ଯାହାଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ୍ ୬୪୧୨ରେ ପହଞ୍ଚିଛି ।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୫୭୦୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.