Latest Odisha News

BREAKING NEWS

କରୋନା ଭାଇରସ୍‌: ୨୪ ଘଣ୍ଟାରେ ୧୫୦ ମୃତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୪୦୦ରେ ପହଞ୍ଚିଛି । ଏଥିସହିତ ୭୭,୧୫୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ପାଖାପାଖି ୭୭,୧୫୦ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ନେଇ ଚୀନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଥିଲା । ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୫୦ ଜଣଙ୍କର ଦେହାନ୍ତ ହୋଇଛି ।

ସେହିପରି ଭାଇରସ୍ ପ୍ରଭାବରେ ପ୍ରାୟ ୪୦୯ଟି ନୂଆ ଆକ୍ରାନ୍ତ ମାମଲା ନଜରକୁ ଆସିଥିବା ନେଇ ଚୀନର ଏକ ସମାଚାର ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି । ସବୁଠୁ ଅଧିକ ପ୍ରଭାବିତ ହୁବଇ ସହରରେ ବିଗତ ୨୪ ଘଣ୍ଟାରେ ୧୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯୮ ନୂଆ ମାମଲା ନେଇ ସୂଚନା ମିଳିଛି ।

ଅଧିକ ପଢନ୍ତୁ: କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…

ଉଲ୍ଲେଖଯୋଗ୍ୟ, ୟୁରୋପର ଦକ୍ଷିଣ ପଶ୍ଚିମ ସହରରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ଦ୍ୱିତୀୟ ଘଟଣା ପ୍ୟାରିସରେ ଦେଖାଦେଇଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ ପୀଡିତଙ୍କ ସମ୍ପର୍କିୟ ବୋଲି ଜଣାପଡିଛି ।ଏହି ତିନି ଜଣ ବ୍ୟକ୍ତି ଚୀନରୁ ଫେରିଥିଲେ । ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା ।

ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

ବ୍ୟାପୁ ଥିବା କୋରନା ଭାଇରସର ଆତଙ୍କ ଯୋଗୁଁ ଭାରତରେ ମଧ୍ୟ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୋରୋନା ଭାଇରସ ସଂକ୍ରମିତ ହେଉଥିବା ଯୋଗୁଁ ଚୀନର ଅନେକ ସହରରେ ସାଧାରଣତଃ ଯାତାୟତ ଉପରେ କଟକଣା ଲଗାଯାଇଛି ।

Leave A Reply

Your email address will not be published.