Latest Odisha News

ଦୀର୍ଘ ୩ ମାସ ପରେ କାଶ୍ମୀର ଘାଟିରେ ଆଜି ଖୋଲୁଛି ଶିକ୍ଷାନୁଷ୍ଠାନ…

ଶ୍ରୀନଗର: ପାଖାପାଖି ୩ ମାସର ଲମ୍ବା ଶୀତ ଅବକାଶ ପରେ କାଶ୍ମୀରର ଘାଟିରେ ସୋମବାର ଦିନ ସ୍କୁଲ କଲେଜ ଖୋଲିବାକୁ ଯାଉଛି । ଏଠାକାର ପିଲାମାନଙ୍କ ପାଠପଢ଼ା ପୂର୍ବ ଭଳି ସ୍ୱାଭାବିକ ହେବ ।

ଘାଟିରେ ଉପୁଜିଥିବା ପରିସ୍ଥିତି ଯୋଗୁଁ ଏଠାରେ ଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରୁ ଅନେକ ଶୀତ ଅବକାଶ ପୂର୍ବରୁ ବନ୍ଦ ହୋଇ ଯାଇଥିଲା ।

ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ ମହମ୍ମଦ ୟୁନିସ ମଲି ଦେଇଥିବା ସୁଚନା ଅନୁସାରେ, ସହରାଞ୍ଚଳରେ ସକାଳ ୧୦.୩୦ ରୁ ବିଦ୍ୟାଳୟ ଖୋଲି ୩ ଟାରେ ବନ୍ଦ ହେବାକୁ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ସକାଳ ୧୦ଟା ୩୦ରୁ ବିଦ୍ୟାଳୟ ଖୋଲି ସାଢ଼େ ୩ଟା ପର୍ଯ୍ୟନ୍ତ ଚାଲୁରହିବ ।

ଶିକ୍ଷା ବ୍ୟବସ୍ଥା ସ୍ୱାଭାବିକ ହେବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । ନୂଆ ଶିକ୍ଷା ବର୍ଷରେ ଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯିବାକୁ ଉଦ୍ୟମ ହେବ ।

Leave A Reply

Your email address will not be published.