କରୋନା ମୁକାବିଲା: ଦିଲ୍ଲୀରେ ଲାଗିଲା କର୍ଫ୍ୟୁ
ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲାଗିଳା କର୍ଫ୍ୟୁ । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ଦିଲ୍ଲୀକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଆଜି କର୍ଫ୍ୟୁ ଲଗାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦିଲ୍ଲୀ ସରକାର ।
ଦିଲ୍ଲୀରେ ବଢ଼ୁଥିବା କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଦିଲ୍ଲୀ ସରକାର କର୍ଫ୍ୟୁ ଲାଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ କାହାକୁ ଭୋକରେ ମରିବାକୁ ଦିଆଯିବନି । ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଦିଲ୍ଲୀ ସରକାର ୫ ହଜାର ଟଙ୍କା ଲେଖାଏ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ଲୋକେ ବାହାରକୁ ଆସି ଖାଦ୍ୟ ପଦାର୍ଥ ସହ ଅତ୍ୟାବଶ୍ୟକ ସାମ୍ରଗୀ ନେଇପାରିବେ ବୋଲି ସେ କହିଛନ୍ତି ।
We have decided to give Rs 5000 each to all construction workers as their livelihood has been affected. We are also increasing the number of night shelters in the city: Delhi Chief Minister Arvind Kejriwal #COVID19 pic.twitter.com/I0dcFJze0n
— ANI (@ANI) March 24, 2020
ଏଥିସହ ସିଲ୍ କରାଯାଇଥିବା ଦିଲ୍ଲୀ ବର୍ଡରରେ ମଧ୍ୟ କିଛିଟା କୋହଲ ହେବ କେଜ୍ରିୱାଲ ନିଷ୍ପତ୍ତ ନେଇଛନ୍ତି । କରୋନା ଭାଇରସକୁ ନେଇ ଅଧିକ ସତର୍କତା ଜରୁରୀ ଥିବା କହିଛନ୍ତି କେଜ୍ରିୱାଲ ।
Comments are closed.