Latest Odisha News

BREAKING NEWS

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ନବୀନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣ ଯୋଗୁଁ ସାରା ବିଶ୍ୱରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ ରାଜ୍ୟରେ ତୁରନ୍ତ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । କରୋନା ସଙ୍କଟ ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଥିବା ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ।

ସେ କହିଛନ୍ତି, “ରାଜ୍ୟବାସୀ ଏକ ବଡ ସଙ୍କଟର ସାମ୍ନା କରୁଛନ୍ତି । କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ତତ୍ପର ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମୋର ଆନ୍ତରିକ ନିବେଦନ, ଅତିଶୀଘ୍ର ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ରାଜ୍ୟର ସାଧାରଣ ଗରୀବ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଅଧିନରେ କୋଭିଡ-୧୯ର ଚିକିତ୍ସା ହେବ । ଏହାଦ୍ୱାରା ଦେଶର ଗରୀବ ଲୋକଙ୍କୁ ଅଧିକ ଲାଭ ହେବ । ସେମାନଙ୍କୁ ଏହି ଯୋଜନା ଅଧିନରେ କ୍ୟାସଲେସ ଚିକିତ୍ସା ସୁବିଧା ମିଳିବ ।

ଜଣେ ଆୟୁଷ୍ମାନ ଭାରତ ହିତାଧିକାରୀ କୌଣସି ମଧ୍ୟ ଘରୋଇ ହସ୍ପିଟାଲରେ କୋଭିଡ-୧୯ ଚିକିତ୍ସା ପାଇଁ ନିଃଶୁଳ୍କ ପରୀକ୍ଷା କରାଇପାରିବେ । ଏହି ଯୋଜନା ଅଧିନରେ ଜଣେ କରୋନା ସନ୍ଦିଗ୍ଧଙ୍କ ଆଇସୋଲେସନ ଖର୍ଚ୍ଚ ମଧ୍ୟ ବହନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.