ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୨,୬୬,୫୯୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧,୨୯,୯୧୭ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୭୪୬୬ ଜଣ ପ୍ରାଣ ହରାଇଛନ୍ତି।
ସେହିପରି ଗତ ୨୪ ଘଣ୍ଟାରେ ଭାରତରେ ମୋଟ୍ ୩୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୯୮୭ ନୂଆ କରୋନା ସଂକ୍ରମଣ ମାମଲା ରେକର୍ଡ ହୋଇଛି।
ଆହୁରି ମଧ୍ୟ ସମସ୍ତ ୧,୨୯,୨୧୪ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।
Comments are closed.