Latest Odisha News

BREAKING NEWS

ଅଣାୟତ୍ତ କରୋନା ଭାଇରସ: ୬୩୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ ‘କରୋନା’ ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୬୩୦ ଛୁଇଁଲାଣି । ଏଥିରେ ୨ ଜଣ ଡାକ୍ତର ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ।

ଗୁରୁବାର ଜଣେ ଡାକ୍ତର ସ୍ନାଗ ୟିଙ୍ଗଜୀ (୨୭ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ ସେ ଜାନୁଆରୀ ୨୫ରେ ସାମାନ୍ୟ ଥଣ୍ଡା ଅନୁଭବ କରିଥିଲେ । ପରେ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅନ୍ୟ ଡାକ୍ତରମାନେ ସ୍ନାଗଙ୍କୁ ବଞ୍ଚାଇପାରି ନ ଥିଲେ । ସେହିଭଳି ଆଜି ସ୍ଥାନୀୟ ସମୟ ୨ଟା ୫୮ରେ ଲି ଉଇଲିଆଙ୍ଗ (୩୪) ନାମକ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।


ଏଥିସହିତ ୨୮,୦୦୦ ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ହୋଇଥିବା ନଜରକୁ ଆସିଛି ।

ହୁବେଇରେ ମୋଟ ୨୨ ହଜାର ୬୧୨ ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଉହାନ ସହରରେ କରୋନା ଭାଇରସକୁ ନେଇ ଚିନ୍ତିତ ଅଛନ୍ତି । କରୋନା ଭାଇରସରେ ଫିଲିପାଇନ୍ସ ଓ ହଂଗକଂଗରୁ ଜଣେ ଲେଖାଏଁ ନାଗରିକ ଜୀବନ ହରାଇଛନ୍ତି । ଜାପାନରେ ୪୫ ଜଣ ଲୋକ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି । ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ କରୋନା ସଂକ୍ରମଣ ହୋଇଛି ।

ବିଶ୍ୱର ୨୭ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି ।

Leave A Reply

Your email address will not be published.