Latest Odisha News

BREAKING NEWS

ଆଜିଠୁ ଆରମ୍ଭ ପ୍ରସିଦ୍ଧ ଯୋରନ୍ଦା ମେଳା…

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳା ପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି।

ଏହି ଅବସରରେ ବିଶ୍ୱର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ସାଧୁମାନେ ଘୃତାହୁତି ପ୍ରଦାନ କରନ୍ତି ।

ଚଳିତବର୍ଷର ମହିମା ମେଳାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ମହିମା ସାଧୁ ସମାଜ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ୧ ମାସ ହେଲା ପ୍ରସ୍ତୁତି ଚାଲି ଆସିଥିଲା ।

ଏଥର ବାର୍ଷିକ ମାଘ ମେଳାରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ସାଧୁ, ଭକ୍ତ ଓ ସ୍ଥାନୀୟ ଜନସାଧାରଣଙ୍କର ସମାଗମ ହେବାର ଆଶା କରାଯାଉଛି।

ଏହି ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ପଡ଼ୋଶୀ ଛତିଶଗଡ, ଆସାମ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ପ୍ରଭୃତି ରାଜ୍ୟରୁ ବହୁ ସଂଖ୍ୟାରେ ମହିମାଧର୍ମାବଲମ୍ବୀ ସାଧୁସନ୍ଥ ତଥା ଭକ୍ତ ଯୋଗଦେବେ।

ଅନ୍ୟପକ୍ଷରେ ମେଳାରେ ଶାନ୍ତିଶଙ୍ଖଳା ରକ୍ଷା ପାଇଁ ଜଣେ ଏଏସ୍‌ପି ,୪ଜଣ ଡିଏସ୍‌ପି, ଏସ୍‌.ଆଇ ଓ ଏଏସ୍‌ଆଇ ୪୯ଜଣ, ହାବିଲ୍‌ଦାର ୧୦ଜଣ, ଟ୍ରାଫିକ୍ ପୁଲିସ ୬ଜଣ, ହୋମ୍ ଗାର୍ଡ ୧୩୨ ଓ ୮ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ମୁତୟନ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.