Latest Odisha News

BREAKING NEWS

କରୋନା ଭାଇରସରୁ ବଂଚାଇବ ଡେକ୍ସାମେଥାସୋନ ମେଡିସିନ

ଲଣ୍ଡନ: କରୋନା ମହାମାରୀ ଔଷଧ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଥିବା ବେଳେ ଏକ ଭଲ ଖବର ପଂହଚିଛି । ଡେକ୍ସାମେଥାସନ ନାମକ ଷ୍ଟେରୟେଡ କରୋନା ରୋଗୀଙ୍କ ଜୀବନ ବଂଚାଇବାରେ ସହାୟ ହେଉଛି । ଇଂଲଣ୍ଡର ଗବେଷକମାନେ ଏହାର ଫଳାଫଳ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଭେଂଟିଲେଟର ଓ ଅକ୍ସିଜେନରେ ଥିବା ରୋଗୀଙ୍କ ମୃତ୍ୟୁହାରକୁ ଏଥିଯୋଗୁ କମୁଛି ।

ଗବେଷକଙ୍କ ମତରେ ଯଦି ଏହି ମେଡିସିନ ପୂର୍ବରୁ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇଥାନ୍ତା ତାହାହେଲେ ୫୦୦୦ରୁ ଊର୍ଦ୍ଧ୍ୱ ରୋଗୀ ବଂଚିପାରିଥାନ୍ତେ । ଏହି ମେଡିସିନର ପାଶ୍ୱର୍ ପ୍ରତିକ୍ରିୟା ବହୁତ କମ୍ ହୋଇଥିବାରୁ ଏହାକୁ ପ୍ରୟୋଗ କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ଗବେଷକମାନେ କହିଛନ୍ତି । ଏହା କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ଇମ୍ୟୁନ ସିଷ୍ଟମକ ଠିକ୍ ରଖିଥାଏ ।

Leave A Reply

Your email address will not be published.