ନୂଆଦିଲ୍ଲୀ:ଭାରତରେ କାୟା ବିସ୍ତାର କରିବାରେ ଲାଗି ମହାମାରୀ କରୋନା । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଂଚିଛି । ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଏନେଇ ଲୋକସଭାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଧିକାଂଶ ଆକ୍ରାନ୍ତ କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶର ଅଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
କରୋନା ଭାଇରସ ଉପରେ ସରକାର କଡା ନଜର ରଖିଛନ୍ତି । ବିମାନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ମୋଟ ୧୦ ଲକ୍ଷ ୫୭ ହଜାର ୫୦୬ ଯାତ୍ରୀଙ୍କର ସ୍କ୍ରିନିଂ ହୋଇଥିବା ଜଣାପଡିଛି । ୩୦ଟି ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଏଥିସହ ସରକାର ଲୋକଙ୍କ ପାଇଁ ହେଲ୍ପ ଲାଇନ ନମ୍ବର +୯୧-୧୧-୨୩୯୭୮୦୪୬ ମଧ୍ୟ ଜାରି କରିଛନ୍ତି ।
କରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ହର୍ଷବର୍ଦ୍ଧନ କହିଛନ୍ତି । ଲୋକେ ରାଲି କିମ୍ବା ଜନସଭା ସ୍ଥାନରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଇରାନରେ ଥିବା ଲ୍ୟାବରେ ଭାରତୀୟଙ୍କ ନମୁନା ପରୀକ୍ଷା କରାଯାଉଛି । ଯେଉଁମାନଙ୍କ ପାଖରେ କରୋନା ଲକ୍ଷଣ ରହୁଛି ସେମାନଙ୍କୁ ଅଲଗା ରଖାଯାଉଛି । ଦେଶର ୧୦୦ଟି ପରୀକ୍ଷାଗାରାରେ କରୋନା ପରୀକ୍ଷା କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
BREAKING NEWS
- ମମତାଙ୍କ ଗଡ଼ରେ ମୁସଲିମ୍ ଭୋଟ୍ କାହାର ?
- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ପଦଧ୍ୱନି: ଆମେରିକାକୁ ଇରାନର ଖୋଲା ଚ୍ୟାଲେଞ୍ଜ !
- ରାଜ୍ୟ ବ୍ୟାପୀ ପ୍ରବେଶ ଉତ୍ସବ; କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
- Madhuri Dixit In Odisha handloom: ଓଡ଼ିଆ ଶାଢ଼ୀରେ ମାଧୁରୀଙ୍କ ଗ୍ରେସ, କହିଲେ,”ପ୍ରେମ ଏବଂ ଧର୍ଯ୍ୟରେ ବୁଣାଯାଇଥିବା କାହାଣୀ”
- Downed U.S. Jet : ଆମେରିକାକୁ ଶକ୍ତ ଝଟକା, ଧ୍ଵଂସ ହେଲା ଆଉ ଦୁଇ ବିମାନ
- Indian Tanker Cross Strait Of Hormuz: ପୁଣି ହର୍ମୁଜ୍ ପାର କଲା ଭାରତର ଆଉ ଏକ ଏଲପିଜି ଟ୍ୟାଙ୍କର୍
- Rain and Thunderstorms: ୮ ଯାଏଁ କାଳବୈଶାଖୀ ବର୍ଷା, ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…
- India Skill Competition 2026: ‘ଇଣ୍ଡିଆ ସ୍କିଲ୍ସ’ରେ ଟିମ୍ ଓଡ଼ିଶାର ଦମଦାର ପ୍ରଦର୍ଶନ, ହାତେଇଲା ୧୫ ସ୍ଵର୍ଣ୍ଣ ସହ ୫୭ ପଦକ
- Iran rejects US proposal: ଆହୁରି ଭୟଙ୍କର ହେବ ଯୁଦ୍ଧ! ନା ଅସ୍ତ୍ରବିରତି ନା ଆଲୋଚନା…ରାଜି ହେଲାନି ଇରାନ…
- US Fighter Jet Downed Over Iran: ଇରାନରେ ମାଟି କାମୁଡ଼ିଲା ଆମେରିକା ଲଢ଼ୁଆ ବିମାନ, ମିଳିଲେ ପାଇଲଟ୍…
Comments are closed.