ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସିଙ୍ଗାପୁର ନଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି । ନିହାତି ଜରୁରୀ କାମ ନଥିଲେ ଭାରତୀୟ ସିଙ୍ଗାପୁର ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ସୋମବାରଠୁ ନେପାଳ, ଇଣ୍ଡୋନେସିଆ, ଭିଏତନାମା, ମାଲେସିଆ ଆଦି ଦେଶରୁ ଭାରତ ଆସୁଥିବା ବିମାନ ଯାତ୍ରୀଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯିବ । ଏବେ ଚୀନ୍, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଜାପାନରୁ ଆସୁଥିବା ବିମାନ ଯାତ୍ରୀମାନଙ୍କୁ ୨୧ଟି ନିର୍ଦ୍ଧାରିତ ବିମାନ ବନ୍ଦରରେ ପରୀକ୍ଷା କରାଯାଉଛି । ସେମାନେ କରୋନା ଭୂତାଣୁରେ ସଂକ୍ରମିତ କି ନାହିଁ, ତାହା ପରୀକ୍ଷା କରାଯାଉଛି ।
ଏନେଇ ନୂଆଦିଲ୍ଲୀରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କରୋନା ଭୂତାଣୁ ସଂକ୍ରମଣରେ ସ୍ଥିତି ଓ ଭାରତୀୟଙ୍କ ନିରାପତ୍ତା ନେଇ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, ସରକାରଙ୍କ ବ୍ୟାପକ ତଦାରଖ ବ୍ୟବସ୍ଥା ଓ ପଦକ୍ଷେପ ଯୋଗୁଁ ଭାରତ କରୋନା ସଂକ୍ରମଣରୁ ଏଯାଏଁ ସୁରକ୍ଷିତ ରହିଛି ।
BREAKING NEWS
- Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର
- Kanya Sumangala Yojana:‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ସରକାର ଟଙ୍କା ପଠାଇବେ’
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
Comments are closed.