ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସିଙ୍ଗାପୁର ନଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି । ନିହାତି ଜରୁରୀ କାମ ନଥିଲେ ଭାରତୀୟ ସିଙ୍ଗାପୁର ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ସୋମବାରଠୁ ନେପାଳ, ଇଣ୍ଡୋନେସିଆ, ଭିଏତନାମା, ମାଲେସିଆ ଆଦି ଦେଶରୁ ଭାରତ ଆସୁଥିବା ବିମାନ ଯାତ୍ରୀଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯିବ । ଏବେ ଚୀନ୍, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଜାପାନରୁ ଆସୁଥିବା ବିମାନ ଯାତ୍ରୀମାନଙ୍କୁ ୨୧ଟି ନିର୍ଦ୍ଧାରିତ ବିମାନ ବନ୍ଦରରେ ପରୀକ୍ଷା କରାଯାଉଛି । ସେମାନେ କରୋନା ଭୂତାଣୁରେ ସଂକ୍ରମିତ କି ନାହିଁ, ତାହା ପରୀକ୍ଷା କରାଯାଉଛି ।
ଏନେଇ ନୂଆଦିଲ୍ଲୀରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କରୋନା ଭୂତାଣୁ ସଂକ୍ରମଣରେ ସ୍ଥିତି ଓ ଭାରତୀୟଙ୍କ ନିରାପତ୍ତା ନେଇ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, ସରକାରଙ୍କ ବ୍ୟାପକ ତଦାରଖ ବ୍ୟବସ୍ଥା ଓ ପଦକ୍ଷେପ ଯୋଗୁଁ ଭାରତ କରୋନା ସଂକ୍ରମଣରୁ ଏଯାଏଁ ସୁରକ୍ଷିତ ରହିଛି ।
BREAKING NEWS
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
Comments are closed.