Latest Odisha News

BREAKING NEWS

କରୋନାଭାଇରସ୍‌: କିପରି ରହିଛି ଭାରତର ୯ ପଡୋଶୀ ଦେଶର ହାଲଚାଲ ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବଢିଚାଲିଛି କୋଭିଡ-୧୯ର ଭୟାଭହତା । ସବିଶେଷ ରିପୋର୍ଟ ଅନୁୟାୟୀ ଭାରତରେ ପାଖାପାଖି ୩୪୧ ଟି ମାମଲା ସାମ୍ନାକୁ ଆସିଛି ।

ଭାରତ ଉପମହାଦ୍ୱୀପରେ ଚାଇନା ପରେ ପାକିସ୍ତାନର ଅବସ୍ଥା ସବୁଠୁ ଖରାପ ରହିଛି । ଶ୍ରୀଲଙ୍କା ଓ ଆଫଗାନିସ୍ତାନ କିଛିଟା ମାତ୍ରାରେ ପ୍ରଭାବିତ ହୋଇଥିଲାବେଳେ ବଙ୍ଗଳାଦେଶ, ଭୁଟାନ, ନେପାଳ ଓ ମାଳଦ୍ୱୀପରେ ହାତଗଣତି ମାମଲା ସାମ୍ନାକୁ ଆସିଛି । ଅନ୍ୟପଟେ ମିୟାଁମାରରେ ଏ ପର୍ଯ୍ୟନ୍ତ କେହି କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇନାହାନ୍ତି ।

କୋଭିଡ-୧୯ର ଜନ୍ମସ୍ଥାନ ଆମେରିକା ବୋଲି ବାରମ୍ବାର ଦାବି କରିଆସୁଥିବା ଚୀନ ଏବେ ଇଟାଲୀକୁ ଦୋଷୀ ଭାବୁଛି ।ଚାଇନା ର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ ଟୁଇଟ୍ ଜରିଆରେ ଦାବି କରିଛି ଯେ, ଗତବର୍ଷ ଇଟାଲୀରେ ନଭେମ୍ବର ଓ ଡିସେମ୍ବର ମାସରେ ନିମୋନିଆର ସବୁଠୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ଇଟାଲୀର ନିମୋନିଆ ସଂକ୍ରମିତ ଲୋକଙ୍କଠାରୁ କରୋନାଭାଇରସର ଲକ୍ଷଣ ମିଳିଥିବା ନେଇ ଚାଇନା ର ସରକାରୀ ପତ୍ରିକା ଦାବି କରିଛି ।

 

Leave A Reply

Your email address will not be published.