ନୂଆଦିଲ୍ଲୀ:କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ବ୍ୟାପି ଯାଇଛି । ଅନ୍ତର୍ଜାତୀୟସ୍ତରର ଅନେକ ଷ୍ଟାର ଖେଳାଳି ଏହା କବଳରେ ପଡିଗଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳି ଏହାର ଶୀକାର ହୋଇଛନ୍ତି । ଏନବିଏ ଟିମ୍ ଉଥାହ ଜ୍ୟାଜର ରୁଡି ଗୋବର୍ଟ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କୁ ସତର୍କ କରାଇବା ସତ୍ୱେ ସେ ଏହାକୁ ଏତେଟା ଗୁରୁତ୍ୱ ଦେଇ ନ ଥିଲେ । ଜାଣିଶୁଣିମିଡିଆ ମାଇକ,ଡ୍ରେସିଂ ରୁମର ଅନ୍ୟମାନଙ୍କ ବ୍ୟବହୃତ ସାମଗ୍ରୀକୁ ମଜାରେ ଛୁଇଁଥିଲେ । ଏବେ ସେ କୋରନା ଭାଇରାସରେ ଆକ୍ରାନ୍ତ ଅଛନ୍ତି । ଗୋବର୍ଟଙ୍କ ପରେ ସେହି କ୍ଲବର ଡେନୋଭିନ ମିଶେଲ ମଧ୍ୟ ଏହା କବଳରେ ପଡିଛନ୍ତି ।ଫୁଟବଲ କ୍ଲବ ଆର୍ସେନଲର ମ୍ୟାନେଜର ମାଇକେଲ ଅର୍ଟେଟା ଘାତକ ଭାଇରାସ ଆକ୍ରାନ୍ତର ଶୀକାର ହୋଇଛନ୍ତି । ତାଙ୍କ ପରେ କ୍ଲବ ତାର ଆଗାମୀ ସମସ୍ତ ମ୍ୟାଚକୁ ବାତିଲ କରିବା ସହ ଖେଳାଳିମାନଙ୍କୁ ଘରକୁ ପଠାଇ ଦେଇଛି । ଫର୍ମୁଲା ୱାନ ଟିମ୍ ମ୍ୟାକଲରେନର ଜଣେ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ । ଏହା ପରେ ଟିମ୍ ଅଷ୍ଟ୍ରେଲିଆ ଗ୍ରାଁ ପ୍ରିରେ ଭାଗ ନେବ ନାହିଁ କହିଛି । ସମସ୍ତ ରେସରଙ୍କୁ ହୋଟେଲରେ ଅଲଗା ଅଲଗା ରୁମରେ ରଖାଯାଇଛି ।ଅଷ୍ଟ୍ରେଲିଆ କ୍ରିକେଟ ଟିମର କେନ ରିଚାର୍ଡସନ ଓ ଫୁଟବଲ ଷ୍ଟାର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ସାମ୍ପୁଲ ରିପୋର୍ଟ ଆସି ନାହିଁ ।
BREAKING NEWS
- ଓରେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ସିଦ୍ଧାନ୍ତ ଦାସ
- ଯାତ୍ରିବାହୀ ବିମାନରେ ଅଗ୍ନିକାଣ୍ଡ, ଉପସ୍ଥିତ ଥିଲେ ଶହେରୁ ଅଧିକ
- ପାନ୍ କାର୍ଡକୁ ନେଇ କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି, ଖର୍ଚ୍ଚ ହେବ ୧,୪୩୫ କୋଟି
- କିଏ ଧରିବ ମହାରାଷ୍ଟ୍ରର ମଙ୍ଗ? ଲାଗିରହିଛି ସସପେନ୍ସ! କାଲି ଇସ୍ତଫା ଦେବେ ସିନ୍ଦେ
- ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ଠିକ୍ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଆଇପିଏଲ ନିଲାମ: ୧୩ ବର୍ଷରେ କୋଟିପତି ହେଲେ ବୈଭବ
- ୧୮ ବର୍ଷୀୟ ଆଫଗାନୀ ସ୍ପିନରଙ୍କୁ ୪.୮୦ କୋଟିରେ ନେଲା ମୁମ୍ବାଇ
- ସୈନ୍ୟବାହିନୀରୁ ଟ୍ରାନ୍ସଜେଣ୍ଡରଙ୍କୁ ହଟାଇପାରନ୍ତି ଟ୍ରମ୍ପ
- ଆଇପିଏଲ ମେଗା ନିଲାମ: ଚର୍ଚ୍ଚାରେ ଅଂଶୁଲ କମ୍ବୋଜ
- ସମ୍ବିଧାନରୁ ହଟିବନି ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ
Comments are closed.