Latest Odisha News

BREAKING NEWS

କରୋନାଭାଇରସ ଆତଙ୍କ; ମାର୍ଚ୍ଚ ୨୯ ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର: କରୋନାଭାଇରସ୍ ଧିରେଧିରେ କାୟା ବିସ୍ତାର କରୁଥିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଓଡିଶା ବିଧାନସଭାକୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।

ସରକାରୀ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକଙ୍କ ଦ୍ୱାରା ଏନେଇ ଗୃହରେ ଆଗତ କରାଯାଇଥିବା ଏକ ପ୍ରସ୍ତାବ ସମସ୍ତଙ୍କ ସମର୍ଥନରେ ତଥା ମୌଖିକ ଭୋଟ ରୂପେ ପାରିତ ହେବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୁକ୍ରବାର ଦିନ ବିଧାନସଭାକୁ ମୁଲତବୀ ରଖିଛନ୍ତି।

ଏହି ପ୍ରସ୍ତାବକୁ ବିଜେପି ବିରୋଧ କରିଥିବାବେଳେ ଗୃହ ମୁଲତବୀ କରିବା ନିଷ୍ପତ୍ତିକୁ ସମର୍ଥନ ଜଣାଇଛି କଂଗ୍ରେସ ଦଳ ।

ଉଲ୍ଲେଖଯୋଗ୍ୟ, ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଏପ୍ରିଲ୍ ୯ ତାରିଖରେ ଶେଷ ହେବ।

Leave A Reply

Your email address will not be published.