ନୂଆଦିଲ୍ଲୀ:କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ବ୍ୟାପି ଯାଇଛି । ଅନ୍ତର୍ଜାତୀୟସ୍ତରର ଅନେକ ଷ୍ଟାର ଖେଳାଳି ଏହା କବଳରେ ପଡିଗଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳି ଏହାର ଶୀକାର ହୋଇଛନ୍ତି । ଏନବିଏ ଟିମ୍ ଉଥାହ ଜ୍ୟାଜର ରୁଡି ଗୋବର୍ଟ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କୁ ସତର୍କ କରାଇବା ସତ୍ୱେ ସେ ଏହାକୁ ଏତେଟା ଗୁରୁତ୍ୱ ଦେଇ ନ ଥିଲେ । ଜାଣିଶୁଣିମିଡିଆ ମାଇକ,ଡ୍ରେସିଂ ରୁମର ଅନ୍ୟମାନଙ୍କ ବ୍ୟବହୃତ ସାମଗ୍ରୀକୁ ମଜାରେ ଛୁଇଁଥିଲେ । ଏବେ ସେ କୋରନା ଭାଇରାସରେ ଆକ୍ରାନ୍ତ ଅଛନ୍ତି । ଗୋବର୍ଟଙ୍କ ପରେ ସେହି କ୍ଲବର ଡେନୋଭିନ ମିଶେଲ ମଧ୍ୟ ଏହା କବଳରେ ପଡିଛନ୍ତି ।
ଫୁଟବଲ କ୍ଲବ ଆର୍ସେନଲର ମ୍ୟାନେଜର ମାଇକେଲ ଅର୍ଟେଟା ଘାତକ ଭାଇରାସ ଆକ୍ରାନ୍ତର ଶୀକାର ହୋଇଛନ୍ତି । ତାଙ୍କ ପରେ କ୍ଲବ ତାର ଆଗାମୀ ସମସ୍ତ ମ୍ୟାଚକୁ ବାତିଲ କରିବା ସହ ଖେଳାଳିମାନଙ୍କୁ ଘରକୁ ପଠାଇ ଦେଇଛି । ଫର୍ମୁଲା ୱାନ ଟିମ୍ ମ୍ୟାକଲରେନର ଜଣେ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ ।
ଏହା ପରେ ଟିମ୍ ଅଷ୍ଟ୍ରେଲିଆ ଗ୍ରାଁ ପ୍ରିରେ ଭାଗ ନେବ ନାହିଁ କହିଛି । ସମସ୍ତ ରେସରଙ୍କୁ ହୋଟେଲରେ ଅଲଗା ଅଲଗା ରୁମରେ ରଖାଯାଇଛି ।ଅଷ୍ଟ୍ରେଲିଆ କ୍ରିକେଟ ଟିମର କେନ ରିଚାର୍ଡସନ ଓ ଫୁଟବଲ ଷ୍ଟାର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ସାମ୍ପୁଲ ରିପୋର୍ଟ ଆସି ନାହିଁ ।
BREAKING NEWS
- ସମ୍ଭାବ୍ୟ ବାତ୍ୟା ବିପଦକୁ ଏଡ଼ାଇବା ପାଇଁ ପଦକ୍ଷେପ: ଗର୍ଭବତୀ ମହିଳାମାନଙ୍କୁ ‘ମା ଗୃହ’କୁ ଯିବା ପାଇଁ ସରକାରଙ୍କ ଅପିଲ୍
- କର୍କଟ ଔଷଧ ନାଁରେ ଚାଲିଛି ଲୁଟ୍ ଓ ଡକାୟତି: କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ତାଗିଦ୍
- ଫେଲ୍ ମାରିଲା ଚୋରା ଚାଲାଣର ନୂଆ ଫର୍ମୁଲା; ମାଟି ତଳୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ
- ବାତ୍ୟା ‘ଅର୍ଣ୍ଣବ’ ପାଇଁ ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ୍ କଲା ECoR

Comments are closed.