Latest Odisha News

ଆମାଜନ ଜଙ୍ଗଲରେ ପହଂଚିଲା କିଲର କରୋନା

ସାଧ ପାଓଲୋ: କିଲର କରୋନା ଆମାଜନ ଜଙ୍ଗଲରେ ପହଂଚିଛି । ବ୍ରାଜିଲ ଓ ଭେନଜୁଏଲା ସୀମାରେ ରହୁଥିବା ୟାନୋମାମି ଆଦିବାସୀ ଏଥିରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ୩ ଏପ୍ରିଲରେ ପ୍ରଥମ ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ଏହା ଏବେ ୭ରେ ପହଂଚିଛି । ୧୫ ବର୍ଷୀୟ ଜଣେ ଯୁବକ ଏଥିରେ ପ୍ରାଣ ହରାଇଥିବା ଖବର ପଂହଚିବା ପରେ ସମସ୍ତେ ଭୟଭୀତ ହୋଇ ପଡିଛନ୍ତି ।

ଏହି ଯୁବକ ସୀମା ନିକଟରେ ଥିବା ଏକ ସ୍କୁଲରେ ପାଠ ପଢ଼ୁଥିଲା । କରୋନା ମହାମାରୀ ଭାବେ ଘୋଷିତ ହେବା ପରେ ସ୍କୁଲ ଛୁଟି ହୋଇଥିଲା । ସେ ମ୍ୟୁକେଇଜ ନଦୀ ପାର ହୋଇ ତାଙ୍କ ଘରକୁ ଯାଇଥିଲା । ଫଳରେ ସେଠାରେ କରୋନା ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଏଠାରେ ପାଖାପାଖି ୨୦୦ ଗ୍ରାମ ଅଛି । ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଥିଲେ ମଧ୍ୟ ଆଦିବାସୀମାନେ ସାହାଯ୍ୟ ନେବାକୁ ଚାହୁଁ ନାହାନ୍ତି । ଯାହା କି ଏକ ଚିନ୍ତାର କାରଣ ହୋଇଛି ।

Leave A Reply

Your email address will not be published.