Latest Odisha News

କୋଭିଡ୍‌-୧୯; ନବଜନ୍ମିତଙ୍କ ପାଇଁ ଥାଇଲ୍ୟାଣ୍ଡ ହସ୍ପିଟାଲର ଅନନ୍ୟ ଉଦ୍ଭାବନ !

ଥାଇଲ୍ୟାଣ୍ଡ : କରୋନାଭାଇରସରୁ ନବଜନ୍ମିତଙ୍କୁ ରକ୍ଷା କରିବା ଲାଗି ଥାଇଲ୍ୟାଣ୍ଡର ଏକ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀମାନେ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି ।

BjdElectrycity

ପାଓଲୋ ହସ୍ପିଟାଲରେ ନବଜନ୍ମିତଙ୍କୁ ପିନ୍ଧାଯାଉଛି ଫେସ୍ ସିଲ୍ଡ । ଛୋଟଛୋଟ ଫେସ୍ ସିଲ୍ଡ ପିନ୍ଧିଥିବା ଏହି ନବଜନ୍ମିତଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ନବଜନ୍ମିତଙ୍କ ଫେସ୍ ସିଲ୍ଡ ଉଦ୍ଭାବନ ଭଳି ଉଦ୍ୟମକୁ ନେଇ ହସ୍ପିଟାଲ କର୍ମଚାରୀଙ୍କୁ ସାରା ବିଶ୍ୱରୁ ପ୍ରଶଂସାର ସୁଅ ଛୁଟିଛି । ସଂକ୍ରମିତ ଗର୍ଭବତୀ ମହିଳାଠାରୁ ତାଙ୍କ ଜନ୍ମିତ ଶିଶୁକୁ କରୋନାଭାଇରସ ସଂକ୍ରମଣ ହେବା ନେଇ କୌଣସି ବଳିଷ୍ଠ ପ୍ରମାଣ ମିଳିନି ।

ତଥାପି କୌଣସି ରିସ୍କ ନ ନେଇ ଥାଇଲ୍ୟାଣ୍ଡର ଏହି ହସ୍ପିଟାଲ ନବଜନ୍ମିତଙ୍କ ପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଧରଣର ଫେସ୍ ସିଲ୍ଡ ।

Leave A Reply

Your email address will not be published.