Latest Odisha News

BREAKING NEWS

ହାଇ ରିସ୍କରୁ ମିଡିୟମ ରିସ୍କକୁ ଖସିଲା ଚୀନର ଉହାନ ସହର

ବେଜିଂ: କରୋନା ଭାଇରସର ପ୍ରାରମ୍ଭିକ ସ୍ଥାନ ଚୀନର ଉହାନ ସହର ସ୍ଥିତି ସାଧାରଣ ହେଉଥିବାରୁ ଶନିବାର ଏହାକୁ ହାଇ ରିସ୍କ କାଟାଗୋରିରୁ ମିଡିୟମ ରିସ୍କକୁ ଅଣାଯାଇଛି ।

ଅପରପକ୍ଷରେ ସାରା ବିଶ୍ୱ ଏଥିରୁ ମୁକୁଳିବା ପାଇଁ ଏବେ ମଧ୍ୟ ସଂଘର୍ଷ କରୁଛି । ସାଧାରଣ ଯାତାୟତ ପାଇଁ ବନ୍ଦୋବସ୍ତ କରାଯାଇଛି । ଛୋଟ ଛୋଟ କମ୍ପାନୀ ଏବଂ ସିନେମାଘର ଖୋଲାଯାଇଥିଲେ ମଧ୍ୟ ପରେ ସିନେମା ହଲକୁ ବନ୍ଦ କରାଯାଇଥିଲା ।

ତେବେ ବିଦେଶରୁ ଆସୁଥିବା ବ୍ୟକ୍ତି ଏପରିକି ନିଜ ଦେଶର ଲୋକ ଆସୁଥିଲେ ମଧ୍ୟ ଏଥିରେ କଟକଣା ଲାଗିଛି । ସେହିପରି ପ୍ରତ୍ୟେକ ଦେଶ ପାଇଁ ସପ୍ତାହକୁ ଥରେ ବିମାନଯାତ୍ରା କରିବ ବୋଲି ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ସ୍କୁଲ ଓ କଲେଜ ପୂର୍ବରୁ ଖୋଲି ସରିଥିଲା । ତେବେ ପ୍ରତ୍ୟେକ କ୍ଷେତ୍ରରେ ହେଲଥ ଆପର ବ୍ୟବହାର କରିବା ପାଇଁ ସରକାର ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

Leave A Reply

Your email address will not be published.