Latest Odisha News

BREAKING NEWS

ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ଡୋଭାଲଙ୍କୁ ଯିବାକୁ ପଡିଥିଲା

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ସରକାରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପୋଲିସ ଚେତାବନୀ ସତ୍ୱେ ଭିଡ ହଟି ନ ଥିଲା । ଶେଷରେ ଗୃହ ମନ୍ତ୍ରୀ ଅମିତ ଶାହ ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲେ । ଡୋଭାଲ ୨୮ ତାରିଖ ରାତି ୨ଟାରେ ମସଜିଦରେ ପହଂଚି ସେମାନଙ୍କୁ ବୁଝାଇବାରେ ସଫଳ ହୋଇଥିଲେ ।

ଶେଷରେ ମସଜିଦ ଖାଲି କରାଯିବା ସମ୍ଭବପର ହୋଇଥିଲା । ଡୋଭାଲ ମୌଲାନ ସାଦଙ୍କୁ ବୁଝାଇବା ପରେ ସେ କୋଭିଡ-୧୯ ଟେଷ୍ଟ କରାଇଥିଲେ ଏବଂ ଲୋକଙ୍କୁ କ୍ୱାରେଂଟାଇନରେ ରଖିବା ପାଇଁ ରାଜି ହୋଇଥିଲେ । ସୁରକ୍ଷା ଏଜେନ୍ସି ଇଣ୍ଡୋନେସିଆର ୯ ପୀଡିତଙ୍କ ସମ୍ପର୍କରେ ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

Leave A Reply

Your email address will not be published.