Latest Odisha News

BREAKING NEWS

କରୋନା ଆତଙ୍କ: ଭଦ୍ରକରେ କଡ଼ାକଡ଼ି ହେଲା ଲକଡ଼ାଉନ୍

ଭଦ୍ରକ: ସାରା ଦେଶ ସମେତ ଓଡ଼ିଶାରେ ଲକ୍ଡ଼ାଉନ୍ ଚାଲିଥିବା ବେଳେ ଭଦ୍ରକ ସହରରେ ଲକଡ଼ାଉନ୍ କଡ଼ାକଡ଼ି ହୋଇଛି ।

ମାର୍ଚ୍ଚ ୨୪ ତାରିଖରେ ସାରା ଦେଶରେ ଲକଡ଼ାଉନ୍ ଘୋଷିତ ହେବାପରେ ଭଦ୍ରକ ସହରରେ ମଧ୍ୟ ଏହା ପାଳନ କରାଯାଉଛି । ଓଡ଼ିଶା ସରକାର ପ୍ରଥମେ ୫ଟି ଜିଲ୍ଲା ଏବଂ ୮ଟି ସହରକୁ ଲକଡ଼ାଉନ୍ କରିବାକୁ ଘୋଷଣା କରିଥିଲେ । ଏହି ୮ଟି ପ୍ରମୁଖ ସହର ମଧ୍ୟରେ ଭଦ୍ରକ ଥିଲା । ତେବେ କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଚତୁର୍ଥ କରୋନା ପଜିଟିଭ୍ କେସ୍ ଭଦ୍ରକରେ ଚିହ୍ନଟ ହୋଇଛି । ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ ଦୁବାଇରୁ ଫେରିଥିଲେ । ତାଙ୍କର କୋଭିଡ୍ ୧୯ ନମୁନା ପରୀକ୍ଷା ପଜିଟିଭ୍ ଚିହ୍ନଟ ହେବାପରେ ଏବେ ଭଦ୍ରକ ସହରରେ ଆତଙ୍କ ଖେଳିଯାଇଛି ।

ଯେହେତୁ ଦୁବାଇ ରୁ ଫେରିବା ପରେ ସେହି ଯୁବକ ଜଣକ କେଉଁ ଆଡେ଼ ବୁଲାବୁଲି କରିଛନ୍ତି ଏବଂ କାହା ସହିତ ସାକ୍ଷାତ କରିଛନ୍ତି ତାହାକୁ ନେଇ ଜିଲ୍ଲା ପ୍ରଶାସନ ତନାଘନା ଉଦ୍ୟମ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକ ସହରର ସମସ୍ତ ଜନଗହଳି ପୂର୍ଣ୍ଣ ଛକ ଯାଗା ଗୁଡ଼ିକୁ ସିଲ୍ କରାଯିବା ସହିତ ଲକ୍ଡ଼ାଉନକୁ କଡ଼ାକଡ଼ି କରାଯାଇଛି ।

ଭଦ୍ରକ ସହରରେ ପୋଲିସ ପ୍ରଶାସନ ମଧ୍ୟ ରାତିଦିନ ୨୪ ଘଣ୍ଟା ଏହି ଲକ୍ ଡାଉନକୁ ସଫଳ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ସହରର ଜନଗହଳି ପୂର୍ଣ୍ଣ କଚେରୀ ଡେଲି ମାର୍କେଟ, ଚାନ୍ଦବାଲି ବାଏପାସ, ବନ୍ତଛକ ବସଷ୍ଟାଣ୍ଡ, ଆରଡ଼ି ଛକ, ଓଟି ମାର୍କେଟ, ଟାଉନହଲ ଛକ, ପୁରୁଣା ବଜାର, ଚନ୍ଦନ ବଜାର, ମଠସାହି ଛକ, ଚରମ୍ପା ବଜାର, ନୂଆ ବଜାର ଆଦି ସ୍ଥାନ ମାନଙ୍କରେ ପୋଲିସ ପାଟ୍ରୋଲିଂ ସହିତ ଲକ୍ ଡାଉନକୁ କଡ଼ା କଡ଼ି କରିଦିଆଯାଇଛି ।

Leave A Reply

Your email address will not be published.