Latest Odisha News

BREAKING NEWS

ଓଡିଶାରେ କରୋନା ଭୟ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବେ ହାଇକୋର୍ଟ ଆଇନଜୀବି

କଟକ: କରୋନା ଭାଇରସରେ ଆକ୍ରାନ୍ତଙ୍କ ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଓକିଲମାନେ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ବାର ଆସୋସିଏସନ ଏକ ଜରୁରୀକାଳୀନ ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରାଜାରୀ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ନିୟମ ଅନୁଯାୟୀ ଜନସମାଗମକୁ ଏଡାଇବା ପାଇଁ କୋର୍ଟରେ କାର୍ଯ୍ୟବନ୍ଦ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Comments are closed.