Latest Odisha News

BREAKING NEWS

କେରଳ ପରେ ଆଉ ଦୁଇ ରାଜ୍ୟରେ ମିଳିଲା ଜେଏନ-୧ ଭାରିଏଣ୍ଟ; ୯ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି

ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଲାଣି କରୋନା  । ଡିସେମ୍ବର ୧୧ ତାରିଖରେ ଦେଶରେ କରୋନା ଆକ୍ଟିଭ କେସ ୯୩୮ ଥିବାବେଳେ  ମଙ୍ଗଳବାର ଅର୍ଥାତ ଡିସେମ୍ବର ୧୯ ତାରିଖରେ ଏହି ସଂଖ୍ୟା ବୃଦ୍ଧି ପାଇ ୨ ହଜାରରେ ପହଞ୍ଚି ଯାଇଛି । ଅର୍ଥାତ ୯ ଦିନରେ ଏହାର ସଂଖ୍ୟା ୨ ଗୁଣ ବୃଦ୍ଧି ପାଇଛି । କେରଳରେ ଜେଏନ୧ ଭାରିଏଣ୍ଟ ମିଳିବା ପରେ ଆକ୍ଟିଭ କେସ ସାମ୍ନାକୁ ଆସିଛି । ମଳିଥିବା ତଥ୍ୟ ଅନୁସାରେ, ଆମେରିକା ସମେତ ଯେଉଁ ଦେଶରେ କରୋନା ମାମଲା ସାମ୍ନାକୁ ଆସିଛି ସେଠାରେ ଏହି ଭାରିଏଣ୍ଟ ଦେଖିବାକୁ ମିଳିଛି ।

ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ, ଆଇଏମଏର ଚେୟାରମ୍ୟାନ ଡା.ରାଜୀବ ଜୟଦେବନଙ୍କ କହିବା ଅନୁଯାୟୀ, ଜେ.ଏନ.୧ ଭାରିଏଣ୍ଟ କାରଣରୁ ପଶ୍ଚାତ୍ୟ ଦେଶରେ କରୋନା କେସ ବୃଦ୍ଧି ପାଉଛି । ୱେଷ୍ଟ ୱାଟରରୁ ମଧ୍ୟ ଏହି ଭୂତାଣୁ ଠାବ କରାଯାଇଛି । ଯାହା ବି ହେଉ, ଏହି ଭାରିଏଣ୍ଟ ଏବେ ତାହାର କାୟା ବିସ୍ତାର କରିବାକୁ ଲାଗିଲାଣି । କେରଳରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା । ଦିନକରେ ୧୧୫ ଜଣ ଚିହ୍ନଟ ହୋଇଥିବାବେଳେ  ଗୋଆ ଏବଂ ମହାରାଷ୍ଟ୍ରରୁ ଏହି ଭାରିଏଣ୍ଟ ଚିହ୍ନଟ କରାଯାଇଛି । ଏହି ୨ ରାଜ୍ୟରୁ  ୧୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଗୋଆରୁ ୧୮ ଜଣ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରୁ ଜଣେ ଚିହ୍ନଟ କରାଯାଇଛି । ସେହିପରି କେରଳରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଉତ୍ତରପ୍ରଦେଶରୁ ଜଣେ ଏବଂ କର୍ଣ୍ଣାଟକରେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି ।

ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଏକ ବୈଠକ ଡକାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙକ ସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟମନ୍ତ୍ରୀମାନେ ଏହି ବୈଠକରେ ଯୋଗ ଦେବେ ।

Leave A Reply

Your email address will not be published.