Latest Odisha News

BREAKING NEWS

ସାବଧାନ ! ଯଦି ଏସବୁ ଜିନିଷ ନବବର୍ଷରେ ଉପହାର ଦେଉଛନ୍ତି…

ନୂଆଦିଲ୍ଲୀ : ବର୍ଷ ସରିବାକୁ ଆଉ ମାତ୍ର ହାତରେ କିଛିଟା ଦିନ  । କିଛି ଦିନ ମଧ୍ୟରେ ବିଦାୟ ନେବାକୁ ଯାଉଛି ୨୦୨୩  । ପାଦ ଥାପିବ ୨୦୨୪। ଆମେ ସାଧାରଣତଃ ଦେଖିଥାଉ ନୂଆବର୍ଷରେ କିଛି ଲୋକ ଶୁଭେଚ୍ଛା ଜଣାଇବା ସହ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ କିଛିଟା ଉପହାର ଦେଇ ଥାଆନ୍ତି। ଉପହାର ଦେବା ଦ୍ୱାରା ସମ୍ପର୍କ ଅଧିକ ମଜଭୂତ ହୋଇଥାଏ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ନୂଆବର୍ଷରେ ନିଜ ପ୍ରିୟଜନଙ୍କୁ କଣ ଉପହାର ଏବଂ କଣଟା ନୁହେଁ , ଆସନ୍ତୁ ଜାଣିବା  ।

ତେବେ ଯଦି ଆପଣ କାହାରିକୁ ଜୋତା ଚପଲ ଉପହାର ଦେଉଛନ୍ତି  । ତେବେ ଦିଅନ୍ତୁ ନାହିଁ। କାରଣ  ଏହା ଦ୍ୱାରା ଦାରିଦ୍ର୍ୟତା ଲାଗି ରହିଥାଏ। ଟଙ୍କାର ଅଭାବ ଲାଗି ରହିଥାଏ  । ନୂଆବର୍ଷରେ କାହାରିକୁ ଘଣ୍ଟା କିମ୍ବା ରୁମାଲ ଦିଅନ୍ତୁ ନାହିଁ। ରୁମାଲ ଦେବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ। ସେହିପରି ଘଣ୍ଟା ଦେବା ଦ୍ୱାରା ଭଲ ସମୟ ଦୂର ହୋଇଯାଏ।

କଦାପି କାହାରିକୁ ଧାରୁଆ ଜିନିଷ ଉପହାରରେ ଦେବା ଉଚିତ ନୁହେଁ। ଧାରୁଆ ଜିନିଷ ଉପହାର ଦେବା ଦ୍ୱାରା ସମ୍ପର୍କରେ ତିକ୍ତତା ଆସିବା ସହ ପରସ୍ପର ମଧ୍ୟରେ ଭୁଲ୍‌‌ ବୁଝାମଣା ସୃଷ୍ଟି ହୋଇଥାଏ। ପର୍ସ କିମ୍ବା ବ୍ୟାଗ୍‌‌ ମଧ୍ୟ କାହାରିକୁ ଉପହାରରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସମସ୍ୟା ସୃଷ୍ଟି ହୋଇଥାଏ। ଅଭାବ ଲାଗି ରହିଥାଏ। ଏହାଛଡା ଯଦି ଆପଣ ଭଗବାନଙ୍କ ମୂର୍ତ୍ତି ଉପହାର ଦେଇ ଭାବୁଛନ୍ତି ଶୁଭ ହେବ  । ତାହାଲେ କପାପି କାହାରିକୁ ଭଗବାନଙ୍କ ମୂର୍ତ୍ତି ଉପହାରରେ ଦିଅନ୍ତୁ ନାହିଁ।

Leave A Reply

Your email address will not be published.