ବେଜିଂ: ମାରାତ୍ମକ କରୋନା ଭୂତାଣୁ ପୁଣି ଜଣେ ଡାକ୍ତରଙ୍କ ଜୀବନ ନେଇଛି । ତେବେ ବଡ କଥା ହେଉଛି ଏହି ଭୂତାଣୁକୁ ପ୍ରଥମେ ଚିହ୍ନଟ କରି ଲୋକଲୋଚନକୁ ଆଣିଥିବା ଡାକ୍ତର ହିଁ ଭୂତାଣୁର ଶୀକାର ହୋଇଛନ୍ତି । ଦୀର୍ଘଦିନ ହେଲା କରୋନାରେ ସଂକ୍ରମିତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଚୀନ୍ ଉହାନର ଡାକ୍ତର ଲି ୱେନଲିଆଙ୍ଗଙ୍କ ଆଜି ମୃତ୍ୟୁ ହୋଇଛି । ପିପୁଲସ ଡେଲିରେ ଡାକ୍ତରଙ୍କ ମୃତ୍ୟୁ ବାବଦରେ ସୂଚନା ଦିଆଯିବା ସହ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଛି ।
୨୦୧୯ ଡିସେମ୍ବର ୩୦ ତାରିଖରେ ପ୍ରଥମେ ଲି ୱେନଲିଆଙ୍ଗ ହିଁ କରୋନା ଭୂତାଣୁକୁ ଚିହ୍ନଟ କରିଥିଲେ । ମେଡିକାଲକୁ ଆସିଥିବା ସ୍ଥାନୀୟ ଅଂଚଳର ୭ ଜଣ ରୋଗୀଙ୍କ ଠାରେ ସାର୍ସ ଭଳି ଲକ୍ଷଣ ଦେଖାଦେଇଥିବା ବେଳେ ପରୀକ୍ଷା ପରେ ଏହି ରୋଗ କରୋନା ଭୂତାଣୁ ଜନିତ ବୋଲି ସେ ଜାଣିବାକୁ ପାଇଥିଲେ । ଏନେଇ ସେ ସରକାରଙ୍କୁ ସତର୍କ କରାଇଥିଲେ । ଏପରିକି ସେ ପଢୁଥିବା ପୁରାତନ ସ୍କୁଲ ଗ୍ରୁପରେ ମଧ୍ୟ କରୋନା ଭୂତାଣୁ ବାବଦରେ ସୂଚନା ଦେଇଥିଲେ । ସାଙ୍ଗସାଥୀ ଓ ପରିବାରକୁ ସେ ପଠାଇଥିବା ମେସେଜ ଓ ଭିଡିଓ ପରେ ଭାଇରାଲ୍ ହୋଇଥିଲା । ଏବଂ ବିଶ୍ୱ ସାମ୍ନାକୁ ଆସିଥିଲା କରୋନା ଭୂତାଣୁର ଭୟଙ୍କର ସତ ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.